୨୭ରୁ ପଞ୍ଚମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ପଞ୍ଚମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଚଳିତ ମାସ ୨୭ ଓ ୨୮ ତାରିଖରେ ଅନୁଷ୍ଠିତ ହେବ ବୋଲି କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଆସନର ସାଧାରଣ ବୈଠକରେ ନିର୍ଦ୍ଧାରିତ ହୋଇଅଛି। ସଭାପତି ପ୍ରଦୀପ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ବ୍ୟାଡମିଣ୍ଟନ ସଂଘର ସାଧାରଣ ସଭାରେ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଚଳିତ ଚମ୍ପିୟାନଶିପରେ କନିଷ୍ଠ ବିଭାଗ ଠାରୁ ଆରମ୍ଭକରି ଭେଟେରାନ ବିଭାଗରେ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଯୋଗ୍ୟ ବିବେଚିତ ଖେଳାଳି ଆଗକୁ ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାଗ ନେବେ ବୋଲି ସଂଘ ତରଫରୁ ପ୍ରକାଶ କରାଯାଇଥିଲା। ଶେଷରେ ଜିଲ୍ଲାରେ କିଭଳି ଭଲ ଖେଳାଳି ବାହାରିବେ, ସେନେଇ ଆଗକୁ ଜିଲ୍ଲା ପ୍ରଶାସନର ସାହାଯ୍ୟ ନେଇ ଭବାନୀପାଟଣା, ଜୁନାଗଡ, ଧର୍ମଗଡ, କେସିଙ୍ଗା, ନର୍ଲା ଓ ମଦନପୁର ରାମପୁରରେ କୋଚିଂ ପ୍ରତି ଧ୍ୟାନ ଦିଆଯିବ ବୋଲି ସଭାପତି ମତପୋଷଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.