ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅଞ୍ଚଳରେ ଜଣେ ଯୁବକଙ୍କ ଠାରୁ ଟଙ୍କା ଓ ବାଇକ ଲୁଟ ଅଭିଯୋଗରେ ସଇଁତଲା ପୋଲିସ ଥାନା କେସ ନଂ ୨୧୯/୨୪ ଅନୁସାରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୦୯(୬), ୩(୫) ମାମଲା ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ ସଇଁତଲା କୋର୍ଟକୁ ଚାଲାଣ କରିବା ପରେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଦେଇଛି । ଗିରଫ ଅଭିଯୁକ୍ତ ହେଲେ ହେମନ୍ତ ତାଣ୍ଡି (୨୫) ଓ ରଘୁ କଲେତ (୪୭) ଉଭୟଙ୍କ ଗ୍ରାମ କୁଡାସିଙ୍ଗା ବୋଲି ଜଣାପଡିଛି । ପ୍ରକାଶ ଯେ, ଟିକ୍ରାପଡା ଫାଣ୍ଡି ସ୍ଥିତ ଗୁଡ଼ିଘାଟ ପତ୍ରାପାଲି ଗାଁର ସୁଜିତ ନାଗ ନାମକ ଜୈନିକ ଯୁବକଙ୍କ ଠାରୁ ଗତ ୧୩ ତାରିଖ ଦିନ କୁଡାସିଙ୍ଗାକୁ ଯାଇଥିବା ସମୟରେ ପୂର୍ଵରୁ ଜଗି ରହିଥିବା ହେମନ୍ତ ଓ ରଘୁ ମିଶି ଯୁବକଙ୍କୁ ନିସ୍ତୁକ ମାଡ ମାରିବା ସହ ଟଙ୍କା ଓ ବାଇକ ଲୁଟ କରିଥିଲେ । ଏ ନେଇ ସୁଜିତ ସଇଁତଲା ଥାନାରେ ଲିଖିତ ଏତଲା ଦେବା ପରେ ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନଙ୍କ ତତ୍ତ୍ୱବଧାନରେ ଏସଆଇ ଗୁଇଣ୍ଡି ଖାଁଖାଁ ଘଟଣାର ଅଧିକ ତଦନ୍ତ ଜାରୀ ରଖିଛନ୍ତି ।