କଳାହାଣ୍ଡି ଜିଲ୍ଲାସ୍ତରୀୟ ହେକାଥନ ୨୦୨୩-୨୪ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ସଂଘର୍ଷ ହିଁ ଜୀବନର ମୂଳମନ୍ତ୍ର। ଯିଏ ନିଜକୁ ଯେତେ ପରିମାର୍ଜିତ କରିବ, ସିଏ ଜୀବନରେ ସେତେ ସଫଳତାର ଶୀର୍ଷକୁ ଛୁଇଁପାରିବ। ଏଥିପାଇଁ କଠିନ ପରିଶ୍ରମ ଓ ଡିଜିଟାଲି ଆମକୁ ଅଧିକ ସକ୍ଷମ ହେବାକୁ ପଡ଼ିବ ବୋଲି ଅତିଥିମାନେ ଜିଲ୍ଲାସ୍ତରୀୟ ହେକାଥନ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି।

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସଦର ବ୍ଲକ ଅନ୍ତର୍ଗତ ମୁଶିଗୁଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ଜିଲ୍ଲା ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ, ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଇତିଶ୍ରୀ ସାହୁ, ଓ.ୟୁ.ଟି.ଆର. ଭୁବନେଶ୍ୱରର ରୁରୁରାଜ ପ୍ରଧାନ ଓ ବିଶାଳ ପରିଡ଼ା ପ୍ରମୁଖ ମଞ୍ଚାସୀନ ଥିଲେ।

Pearl dental clinic
Near Ashish Medical Store, Bhawanipatna

ଶିକ୍ଷିକା ଶ୍ରୁତି ଶିଲ୍ଭା ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ବର୍ଷା ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ। ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ବିଦ୍ୟାଳୟର ଛାତ୍ରୀମାନେ।ଧନ୍ୟବାଦ ଦେଇଥିଲେ ଶିକ୍ଷକ ସୋମନାଥ ସାହୁ।

Udyog Nursery
Udyogi Nursery

ଏହି ପ୍ରତିଯୋଗିତାରେ ଉଚ୍ଚ ମାଧ୍ୟମିକ ସ୍ତରରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ୨୪ ଟି ହେକାଥନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଚାରକ ଭାବେ ଓ.ୟୁ.ଟି.ଆର.ର ଡ.ରୁରୁରାଜ ପ୍ରଧାନ, ବିଶାଳ ପରିଡ଼ା, ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ କଳାହାଣ୍ଡିର ଡ.ସୁଶାନ୍ତ ମୋହନ୍ତ ଓ ଡ.ରାଜେନ୍ଦ୍ର ନାୟକ ଯୋଗ ଦେଇଥିଲେ।

ଉଦଯାପନୀ ସମାରୋହରେ ଇତିଶ୍ରୀ ସାହୁ ସଭାପତିତ୍ବରେ ତଥା ମୁଖ୍ୟ ଅତିଥି ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀଙ୍କୁ ପ୍ରସଂଶା ପତ୍ର ଓ ବିଜେତାଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ଏହି ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁଶିଗୁଡାର ଛାତ୍ରୀ ଅଦିତି ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରି ₹୧୫,୦୦୦/-, ପ୍ରିୟଦର୍ଶିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜୁନାଗଡ଼ର ଛାତ୍ରୀ କରିଶ୍ମା ଶବର ଦ୍ଵିତୀୟ ସ୍ଥାନ ଅଧିକାର କରି ₹୧୦,୦୦୦/- ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମ.ରାମପୁରର ଛାତ୍ରୀ ମନୀଷା ବଂଶଲ ତୃତୀୟ ସ୍ଥାନ ଅଧିକାର କରି ₹୫୦୦୦/- ପୁରସ୍କାର ରାଶି ପାଇବା ସହ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ।

ଶେଷରେ ଉଚ୍ଚ ମାଧ୍ୟମିକ ବିଭାଗ ଦାୟିତ୍ଵରେ ଥିବା ବୀରେନ୍ଦ୍ର କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶାନ୍ତ ନନ୍ଦ, ଟଙ୍କଧର ସାହୁ, ଜିତେନ୍ଦ୍ର ମୁଣ୍ଡ, କୈଳାଶ ବିଶି, ତପନ ମୁଣ୍ଡ, ସ୍ବାଗତ ମହାରଣା, ବିରଞ୍ଚି ତାଣ୍ଡି, ଜଶବୀର କୁମାର, ଅନୀତା ସୁନାନୀ, ଅଭିଷେକ ବେହେରା, ସୁନୀଲ ବିଶ୍ଵାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.