ସୋନପୁର ଲିଫ୍ଟ ଇରିଗେସନ ଆକାଉଣ୍ଟରୁ ୧.୧୯ କୋଟି ଚଳୁ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଲିଫ୍ଟ ଇରିଗେସନ ବିଭାଗ (ଓଏଲ୍‌ଆଇସି) ଆକାଉଣ୍ଟରୁ ୧ କୋଟି ୧୯ ଲକ୍ଷ ଟଙ୍କା ଚଳୁ ହୋଇଯାଇଥିବା ଜଣାପଡ଼ିଛି। ଖୋଦ୍ କାର୍ଯ୍ୟାଳୟର ସହକାରୀ ହିସାବରକ୍ଷକ ବଳରାମ ମେହେର ଏହି ଟଙ୍କା ଚଳୁ କରିଛନ୍ତି। ଏ ସମ୍ପର୍କରେ ଜଣାପଡିବା ପରେ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ଟିମ୍ ଦ୍ବାରା ତଦନ୍ତ ଜାରି ରହିଥିବା ବେଳେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। ସୁବର୍ଣ୍ଣପୁର ଜିଲାରେ ଗଭୀର ନଳକୂପ ଖନନ ଓ ଅନ୍ୟାନ୍ୟ ଯୋଜନାରେ ସରକାରଙ୍କ ପକ୍ଷରୁ ଆସୁଥିବା ପଇସା ନିଗମର ନିର୍ବାହୀ ଯନ୍ତ୍ରୀଙ୍କ ନାମରେ ୟୁନିୟନ ବ୍ୟାଙ୍କ ସୋନପୁର ଶାଖାରେ ଜମାଥିଲା ବେଳେ ଜାଲିଆତି କରି କାର୍ଯ୍ୟାଳୟର ହିସାବ ରକ୍ଷକ ମେହେର ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରି ନେଇଥିବା ଜଣାପଡିଛି।

Omkar Vasthu
Omkar Vasthu

ନିର୍ବାହୀ ଯନ୍ତ୍ରୀଙ୍କ ଆଇଡି, ପାସୱାର୍ଡ, ଚେକ୍ ଓ ସିଲ୍ ବ୍ୟବହାର କରି ସେ ଏକାଧୂକ ଥର ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିବା ଜଣାପଡିଛି। ଏ ନେଇ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା ବିଳମ୍ବରେ ଜାଣିବା ପରେ ଭିଜିଲାନ୍ସରେ ଅଭିଯୋଗ ଦେଇଥିଲେ। ସୂଚନା ପରେ ସୁବର୍ଣ୍ଣପୁର ଭିଜିଲାନ୍ସ ଡିଏସ୍‌ପି ରୀତାଞ୍ଜଳି ପ୍ରଧାନ ସୋମବାର ଉଠାଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ତଦନ୍ତ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.