ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଯାଇ ପୋଲିସ ହେଲେ ଆକ୍ରମଣର ଶିକାର 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଯାଇ ଜୟପାଟଣା ପୋଲିସ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁସାରେ ଜୟପାଟଣା ଥାନା ମଙ୍ଗଳପୁର ଗ୍ରାମର ଅଲେଖ ନିରଞ୍ଜନ ସୁନା, ଦେବକୀ ସୁନା, ସନେଇ ସୁନା ଏବଂ ହିମାଂଶୁ ସୁନାଙ୍କ ନାମରେ ଆଇପିଏସ୍ ୪୯୮ ଏ, ୩୦୭, ୨୯୪, ୩୨୩, ୫୦୬, ୪ ଡିପି ଆକ୍ଟରେ ମାମଲା ଜୟପାଟଣା ଥାନାରେ କେଶ୍ ରୁଜୁ ହୋଇଥିବା ବେଳେ ଏହି ଘଟଣା କୋର୍ଟରେ ବିଚାରାଧୀନ ରହିଛି। କୋର୍ଟ ଉକ୍ତ ମାମଲାର ବିଚାର କରି ଅଭିଯୁକ୍ତ ମାନଙ୍କ ନାମରେ ଜାମିନ୍ ବିହିନ ୱାରେଣ୍ଟ ଜାରି କରିଥିଲେ।

Omkar Vasthu
Omkar Vasthu

ଏ ନେଇ ଜୟପାଟଣା ପୋଲିସ୍ ମଙ୍ଗଳପୁର ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଯାଇଥିଲା। ଏହି ସମୟରେ ଅଭିଯୁକ୍ତମାନେ ସଂଘ ବଦ୍ଧ ହୋଇ ପୋଲିସ୍ ଉପରକୁ ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜୟପାଟଣା ଆଇଆଇସିଙ୍କ ସତେତ ପଞ୍ଚ ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଛି। ଏ ଦିଗରେ ପୋଲିସ୍ ଆମପାଣି ଥାନାରୁ ଫୋର୍ସ ମଗେଇ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି। 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.