ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୋନପୁର ଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ରମେଶ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି ସ୍ୱଚ୍ଛତା ହିଁ ସେବାର ଶପଥ ପାଠ କରାଇଥିଲେ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀ ଦେଖିଥିବା ସ୍ବଚ୍ଛ ଭାରତ ର ସ୍ବପ୍ନ କୁ ଆମେ ସମସ୍ତେ ମିଶି ସାକାର କରିବା ବୋଲି ଆହ୍ୱାନ ଦେଇଥିଲେ। ସମସ୍ତେ ମିଶି ନିଜ ପରିବେଶକୁ ସଫା ସୁତରା ରଖିବା ଓ ଅନ୍ୟ ମାନଙ୍କୁ ଏହା ଉପରେ ସଚେତନ କରାଇବାକୁ ସମସ୍ତଙ୍କୁ ପ୍ରବାର୍ତ୍ତାଇ ଥିଲେ। ଏହି କାର୍ଯ୍ୟକ୍ରମଟି ଆଜି ସକାଳ ୭ ଟା ରେ ଆରମ୍ଭ ହୋଇଥିବା ବେଳେ ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହସ୍ପିଟାଲ୍ ମ୍ୟାନେଜର ଶ୍ରୀମତୀ ବି. ସାଗରିକା ଉପସ୍ଥିତ ରହି ସ୍ଵଚ୍ଛତା ସେବା କାର୍ଯକ୍ର ର ସଂଯୋଜନା କରିଥିଲେ। ସିଡିଏମଓ ଶ୍ରୀ ସ୍ବାଇଁ ଓ ମ୍ୟାନେଜର ଶ୍ରୀମତୀ ସାଗରିକା ଓ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ ମଧ୍ୟ ଝାଡୁ ଧରି ସଫେଇ ଅଭିଯାନରେ ସାମିଲ ହୋଇଥିଲେ। ଶ୍ରୀ ପ୍ରମୋଦ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସ୍ୱଚ୍ଛ ଭାରତ ସଂଘଠନ ସୋନପୁର ମନୁମୁଣ୍ଡାର ସଭାପତି ସାୟଦ ଅଲିମୁଲ ଇସଲାମ ଓ ସଂଯୋଜକ ମନୋରଂଜନ ତ୍ରିପାଠୀ ଉପସ୍ଥିତ ରହି ସ୍ୱଚ୍ଛତା ଉପରେ ବାର୍ତ୍ତା ପ୍ରଦାନ କରିଥିଲେ। ପରେ ଶ୍ରୀ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ। ପରେ ପରେ ସମସ୍ତେ ମିଶି ଡାକ୍ତରଖାନା ପରିସରକୁ ସଫେଇ କରିଥିଲେ। ଏହି କ୍ରମରେ ଆଜି ସ୍ଥାନୀୟ ଝୁପୁଡି ପଡ଼ା ଠାରେ ସ୍ୱଚ୍ଛତା ସଚେତନତା ଉପରେ ଏକ ପାଲା ପରିବେଷଣ କରାଯାଇଥିଲା। ଓ ବସ୍ତି ବାସିନ୍ଦାଙ୍କୁ ସ୍ଵଚ୍ଛତା ସେବା ଉପରେ ସଂକଳ୍ପ ନେବାକୁ ପରାମର୍ଶ କରାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.