ବୋର୍ଡର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସଭା ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ଼ ବ୍ଲକ ବୋର୍ଡର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାଙ୍କେରୀରେ ଏକାଦଶ ଓ ଦ୍ଵାଦଶ ଶ୍ରେଣୀରେ ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କ ପିତା-ମାତା ତଥା ଅଭିଭାବକ ଓ ଶିକ୍ଷକମାନଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ବୈଠକ ଆୟୋଜିତ ହୋଇଯାଇଛି। ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିତ୍ୟାନନ୍ଦ ନାଥଶର୍ମାଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଭାରତ ସରକାରଙ୍କ ଆପାର ପରିଚୟ ପତ୍ର ପ୍ରସ୍ତୁତି ବିଷୟରେ ଆଲୋଚନା କରଯାଇଥିଲା। ଏହି ପରିଚୟ ପତ୍ର ପ୍ରସ୍ତୁତି ନିମନ୍ତେ ଉପସ୍ଥିତ ଶତାଧିକ ଅଭିଭାବକ ସମ୍ମତି ପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ଅଶୋକ କୁମାର ସାହୁ, ନେତ୍ରାନନ୍ଦ ମେହେର, ଜ୍ୟୋତିର୍ମୟ ରାଉତ, ଅଧ୍ୟାପିକା ରୀନା ପଟ୍ଟନାୟକ ଉପସ୍ଥିତ ଥିଲାବେଳେ ପରିଚାଳନାରେ ଶିକ୍ଷାନୁଷ୍ଠାନର ଅଣ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.