୯ ଗୋଟି ପଞ୍ଚାୟତର ଚାଷୀଙ୍କ ଜଳ ସମସ୍ୟାକୁ ଶୁଣି କାର୍ଯ୍ୟରେ ଦେଖାଇଲେ କବିସୂର୍ଯ୍ୟ ନଗର ବିଧାୟକ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀର ନଅଗୋଟି ପଞ୍ଚାୟତର ଚାଷୀ ମାନଙ୍କ ଢ଼େପ ଚାଷ ଜମିକୁ ଜଳ ସେଚନ ନିମନ୍ତେ ମେଗା ଲିଫ୍ଟ ପ୍ରୋଜେକ୍ଟ ଜଳ ସେଚନ ସେତେବେଳର ବିଜେଡି ସରକାର ୪୩ କୋଟି ଟଙ୍କା ବ୍ୟୟରେ ୨୦୨୧ ମସିହାରେ ଆରମ୍ଭ କରିଥିଲେ। ତେବେ ପ୍ରୋଜେକ୍ଟ ଆରମ୍ଭରୁ ହିଁ ଏହି କାମ କିଛି ଦିନ ଚାଲିବା ପରେ ତାହା ସମ୍ପୂର୍ଣ ରୂପେ ବନ୍ଦ ହୋଇ ରହିଛି, ଯାହାକି ଏତେବଡ ପ୍ରୋଜେକ୍ଟ ଆଜି ଖତ ଖାଇବାକୁ ବସିଲାଣି।

Omkar Vasthu
Omkar Vasthu

ତେବେ ଯେଉଁ ଚାଷୀ ମାନଙ୍କ ଉର୍ନ୍ନତି ପାଇଁ ସରକାର ଏହି କାର୍ଯ୍ୟ ଆରମ୍ଭ କରିଥିଲେ ତାହା କ’ଣ ପାଇଁ ବନ୍ଦ ହୋଈ ଗଲା ତାହାହିଁ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କ’ଣ ପାଇଁ ସିଲେକସନ କମିଟି ଏବଂ ବିଭାଗୀୟ ଏସି ଯେଉଁ ସ୍ଥାନରେ ଏହି କୂପ ହୋଇଛି ତାହା କ’ଣ ସେମାନେ ଜାଣି ପାରିଲେନି, ନାଁ ତାଙ୍କରି ସ୍ୱାର୍ଥ ସାଧନ ପାଇଁ, ନାଁ ଅନ୍ୟ କାହା ସ୍ୱାର୍ଥ ପାଇଁ ଏତେ ଟଙ୍କା ବ୍ୟୟରେ ଏହି କାମପାଇଁ କାହିଁକି କରିଥିଲେ। ଯଦି ବି ହୋଇଥିଲା ତେବେତାହା ଠିକ ଭାବେ କାର୍ଯ୍ୟକାରି ହେଲାନାହିଁ କ’ଣ ପାଇଁ। ଏହି କାମରେ କେତେଟଙ୍କା ବାଟ ମାରଣା ହୋଉଛି ତାହା ଏବର ବିଜେପି ସରକାର ଯଦି ତଦନ୍ତ କରିବେ ତେବେ ପ୍ରକୃତ ଘଟଣା ସାମ୍ନାକୁ ଆସିପାରିବ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ବର୍ଷ ବର୍ଷାଜଳ ଚାଷୀଙ୍କ ଜମିରେ ଆବଶ୍ୟକ ପରିମାଣରେ ହୋଇ ନଥିବା ବେଳେ ଏପଟେ ମେଗା ଲିଫ୍ଟ ଜଳସେଚନ ପଏଣ୍ଟ ମଧ୍ୟ ଅଚଳ। ବର୍ତ୍ତମାନର କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଏ ବିଷୟରେ ଚାଷୀ ମାନଙ୍କ ଠାରୁ ଶୁଣି ସମସ୍ୟାର ସମାଧାନ କରିବାକୁ ଅଣ୍ଟା ଭିଡିଥିଲେଇ। ବିଧାୟକ ଶ୍ରୀ ନାୟକ କିଛି ନେତା, କର୍ମୀ ଓ ଚାଷୀ ମାନଙ୍କୁ ଧରି ଅନ୍ତରିଗାଁ, ମୋଡାବାଇ, ଠାରେ ଆରମ୍ଭ ହୋଇ ଥିବା ସେହି ନଦୀଘାଟକୁ ସକାଳ ୯ ଘଣ୍ଟ ସମୟରୁ ଯାଇ ନଦୀ ଉପରେ ଜେସିବି ସାହାଯ୍ୟରେ ବାଲିବସ୍ତା, ବାଉଁଶଖଣ୍ଡ, ୧୦ ଫୁଟିଆ ଟିଣଦେଈ ପ୍ରାୟ ନଦୀ ଶଯ୍ୟା ଉପରେ ବାଲି ବନ୍ଧକରି ରାତ୍ର ଆଠ ଘଣ୍ଟ ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ରହିଥିଲେ।

ସେଠାରେ ଥିବା ୩ଗୋଟି ମୋଟର ମଧ୍ୟରୁ ଗୋଟିଏ ପାଣି ମୋଟର ଚାଲୁ କରିବାକୁ କହି ସେଠାରେ ନିଜେ ବାଲିବସ୍ତା ବୋହି ମଧ୍ୟ କାର୍ଯ୍ୟ କରିଥିଲେ। କିନ୍ତୁ ମେଗା ଲିଫ୍ଟ ପ୍ରୋଜେକ୍ଟର ଗଞ୍ଜାମ ଜିଲ୍ଲା ଏସ୍ଡ଼ିଓ ଉପସ୍ଥିତ ରହି ସମସ୍ତଙ୍କୁ ସହଯୋଗ କରୁଥିଲା ବେଳେ ସେଠାର କିଛି ଅଣ ଓଡ଼ିଆ କର୍ମଚାରୀ ଅଧିକାଂଶ ସମୟରେ ଚାଷୀ ମାନଙ୍କୁ ଅଣଦେଖା କରୁଥିବାର ଚାଷୀମାନେ ଅସନ୍ତୋଷ ପ୍ରକାଶକରି ଆମକୁ କହିଛନ୍ତି। ତେବେ ବିଧାୟକଙ୍କ ଏହି ପ୍ରୟାସ ଯୋଗୁଁ କିଛି ମାତ୍ରାରେ ନଅଗୋଟି ପଞ୍ଚାୟତର ଚାଷୀ ମାନଙ୍କ ଚାଷ ଜମିକୁ ଜଳ ସେଚନ ହୋଇ ପାରିଛି। ତେଣୁ ବିଧାୟକଙ୍କ ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି।

ଏହି କାର୍ଯ୍ୟରେ ନଅଗୋଟି ପଞ୍ଚାୟତର ଏବର ଏବଂ ପୂର୍ବର ସରପଞ୍ଚ ଏବଂ ତାଙ୍କ ପ୍ରତିନିଧିଙ୍କ ସହ ସମିତି ସଭ୍ୟମାନେ ଉପସ୍ଥିତ ରହିଥିଲେ। ଏମାନଙ୍କ ସହିତ ବିଜେପିର ଯୁବ ନେତା ସୀତାରାମ ପାଣିଗ୍ରାହୀ, ପୂର୍ବତନ ସମିତି ସଭ୍ୟ ସୂର୍ଯ୍ୟ ମଣୀ ସ୍ବାଇଁ, ସିଏଚ ନୂଆଗାଁର ସମିତି ସଭ୍ୟା ପ୍ରତିନିଧି କିଶୋର ଚନ୍ଦ୍ର ପରିଡା, ବଡ ଖରିଡ଼ା ସରପଞ୍ଚ ପ୍ରତିନିଧି ରମେଶ ଦଳେଇ, ଶ୍ରୀକାନ୍ତ ପଣ୍ଡା, ପାଣ୍ଡିଆ ସରପଞ୍ଚ ପ୍ରତିନିଧି ସନ୍ତୋଷ ସେଠୀ, ଗୋପପୁର ପିଣ୍ଟୁ ପଟନାୟଜ, ଟୁନା ଦୋରାଙ୍କ ସହିତ ଅନେକ ବ୍ୟକ୍ତି, ଚାଷୀ, ନେତା କର୍ମୀ ଏହି କାମରେ ସଂପୁର୍ଣ୍ଣ ରୁପେ ସହଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.