ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ: ପୂନର୍ବାର ହରଡଘଣାରେ ଟିମ ଇଣ୍ଡିଆ

ଓଡ଼ିଆ ବାର୍ତ୍ତା/ ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତୀୟ ଟିମ୍ ଚିନ୍ତିତ ରହିଛି । ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ୪୬୨ ରନ କରି ଅଲଆଉଟ ହୋଇଯିବା ଫଳରେ ଏବେ ଭ୍ରମଣକାରୀ ଦଳ ସମ୍ମୁଖରେ ୧୦୭ ରନର ଟାର୍ଗେଟ ରହିଛି । ହାତରେ ଆଉ ଗୋଟିଏ ଦିନ ଖେଳ ବାକି ଥିବାରୁ ନ୍ୟୁଜିଲାଣ୍ଡ ପଲା ଭାରର ରହିଛି । ଏକଦା ଟିମଇଣ୍ଡିଆ ୪ ୱିକେଟ ହରାଇ ୪୦୮ ରନ କରିଥିଲା । ଶେଷ ୬ଟି ୱିକେଟ ମାତ୍ର ୫୪ ରନରେ ହରାଇବା ଫଳରେ ଭାରତ ବ୍ୟାକଫୁଟକୁ ପଳାଇ ଆସିଛି । ଏବେ ବର୍ଷା ଏବଂ ବୋଲରଙ୍କ ସ୍ମରଣୀୟ ପ୍ରଦର୍ଶନ ଉପରେ ଭାରତର ଭାଗ୍ୟ ନିର୍ଭର କରୁଛି ।

ସର୍ଫରାଜ ଖାଁ ଚତୁର୍ଥ ଦିବସରେ ଆକର୍ଷଣୀୟ ଶତକ (୧୫୦) ହାସଲ କରିଥିବା ବେଳେ ରିଷଭ ପନ୍ତ ଅଭାଗ୍ୟଶାଳୀ ଭାବେ ୯୯ ରନ କରି ଆଉଟ ହୋଇ ଯାଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମାଟ୍ଟ ହେନେରୀ ଓ ୱିଲିୟମ ଓ ରାଉରକେ ୩ଟି ଲେଖାଏଁ ୱିକେଟ ହାସଲ କରିଥିଲେ । କେଏଲ ରାହୁଲ (୧୨) ଓ ରବୀନ୍ଦ୍ର ଜାଡେଜା(୫)ଙ୍କ ନିକଟରୁ ଭଲ ପ୍ରଦର୍ଶନ ଆଶା କରାଯାଉଥିଲେ ମଧ୍ୟ ସେମାନେ ପୂନର୍ବାର ନିରାଶ କରିଛନ୍ତି । ଭାରତ ପ୍ରଥମ ଇନିଂସରେ ୪୬ ରନ କରିବା ପରେ ନ୍ୟୁଜିଲାଣ୍ଡ ଏହାର ଜବାବରେ ୪୦୨ ରନ ସଂଗ୍ରହ କରିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.