ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ଓଡ଼ିଶାର ସମସ୍ତ ପ୍ରାନ୍ତରେ ପ୍ରଚୁର ଭାବେ ଉପଲବ୍ଧ ହେଉଥିବା ଏକ ଫଳ ହେଉଛି ଆତ। କେହି କେହି ଏହାକୁ ସୀତାଫଳ ବୋଲି ମଧ୍ୟ କହିଥାଆନ୍ତି। ଏହା ଶରୀର ପାଇଁ ଖୁବ୍ ଉପକାରୀ। ଏଥିରେ କ୍ୟାନସର ସହ ଲଢିବାର ଶକ୍ତି ଥିବା ବେଳେ ଏହା ବିଭିନ୍ନ ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଆୟୁର୍ବେଦରେ ସୀତାଫଳ ଗଛର ବିଭିନ୍ନ ଅଂଶ ମହୌଷଧି ଭାବେ ବ୍ୟବହୃତ ହୋଇଥାଏ। କୋଷ୍ଠକାଠିନ୍ୟ ସମସ୍ୟା, ରକ୍ତହୀନତା, ମଧୁମେୟ ଓ ରକ୍ତଚାପ ରୋଗ ନିୟନ୍ତ୍ରଣ କରିଥାଏ ସୀତାଫଳ। ତେବେ ଆଦିବାସୀ ଓ ଅରଣ୍ୟବାସୀଙ୍କୁ ସାମୟିକ ରୋଜଗାର ଯୋଗାଇ ଦେଇଥାଏ ଏହି ଫଳ। ଗ୍ରାମାଞ୍ଚଳ ସହରୀ ସମସ୍ତଙ୍କର ଏକ ପ୍ରିୟ ଫଳ ଭାବରେ ଏହା କେଉଁ ଏକ ଆବାହମାନ କାଳରୁ ବ୍ୟବହୃତ ହୋଇ ଆସୁଛି ସୀତାଫଳ।