ସୁନାଥରରେ ଅଭିଭାବକ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):
ସୁନାଥର ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ପ୍ରଧାନ ଆଚାର୍ଯ୍ୟ ପିତାମ୍ବର ମହଙ୍କୁଦଙ୍କ ସଭାପତିତ୍ବରେ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଭାଟକୁମରଡ଼ାର ପୂର୍ବତନ ସରପଞ୍ଚ ସୁମିତ୍ରା ପଲାଇ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ବୈଠକରେ ପ୍ରାୟ ୬୫ ଜଣ ଅଭିଭାବକ ଯୋଗଦାନ କରିଥିବା ବେଳେ ସମସ୍ତ ଗୁରୁଜୀ ଓ ଗୁରୁମାମାନେ ଉପସ୍ଥିତ ରହି ଅଭିଭାବକ ମାନଙ୍କୁ ଶିଶୁମାନଙ୍କ ପ୍ରଗତି ନିମନ୍ତେ ଦିଗଦର୍ଶନ ପ୍ରଦାନ କରିଥିଲେ। ଶେଷରେ ମୀରା ଗୁରୁମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.