ବାଲେଶ୍ୱରର ଝିଅ ଅମ୍ବିକା ପାଇଲେ ଓଏଏସ୍ : ପ୍ରଥମ ଥରରେ ହେଲେ ସଫଳ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଦିନେ ବାପା ଅଫିସର୍ ହେବେ ବୋଲି ଓଏଏସ୍ ପରୀକ୍ଷା ଦେଇଥିଲେ। ମାତ୍ର ପ୍ରିଲିମ୍ ରେ କୃତକାର୍ଯ୍ୟ ହୋଇଥିବା ବେଳେ ମେନ୍ ପରୀକ୍ଷାରେ ଅସଫଳ ହୋଇଥିଲେ। ହେଲେ ସେଇ ଅସଫଳତା କାରଣରୁ ନିଜ ପିଲାମାନଙ୍କ ଭିତରେ ସଫଳତା ଦେଖିବାକୁ ବାପା ଦେଖିଥିଲେ ସ୍ବପ୍ନ, ଯାହା ଆଜି ବାସ୍ତବିକରେ ସଫଳତାର ରୂପ ନେଇଛି।

Omkar Vasthu
Omkar Vasthu

ଶନିବାର ଦିନ ପ୍ରକାଶ ପାଇଛି ଓଏଏସ୍ ଫଳାଫଳ। ଏଥିରେ ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋପୀନାଥପୁରର ଅମ୍ବିକା ଭୂୟାଁ ଜିଲ୍ଲାରେ ଏକ ନମ୍ବର ରେଙ୍କ୍ ପାଇଥିବା ବେଳେ ସମଗ୍ର ରାଜ୍ୟରେ ୨୧ ନମ୍ବର ରେଙ୍କ୍ ପାଇ ତାଙ୍କ ବାପାଙ୍କ ସ୍ଵପ୍ନ ପୂରଣ କରିଛନ୍ତି। ପ୍ରଧାନ ଶିକ୍ଷକ ହରିପଦ ଭୂୟାଁ ଓ ମଞ୍ଜୁଲତା ଭୂୟାଁଙ୍କ ଝିଅ ଅମ୍ବିକା। ହରିପଦ ଗୋପୀନାଥପୁର ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ। ବାଗୁଡି ନବୋଦୟରେ ମାଟ୍ରିକ ସହ ଯୁକ୍ତ ଦୁଇ ପାଠ ପଢ଼ା ଶେଷ କରି ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରୁ ଯୁକ୍ତ ତିନିରେ ଫିଜିକ୍ସ ଅନର୍ସ ସହ ପାଠ ପଢା ଶେଷ କରିଛନ୍ତି। ଏହାପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଫିଜିକ୍ସରେ ସ୍ନାତକୋତ୍ତର ଶେଷ କରିଛନ୍ତି। ନିଜର ପାଠପଢ଼ା ୨୦୨୧ରେ ଶେଷ କରି ଅମ୍ବିକା ଆଇଏଏସ୍ ପରୀକ୍ଷା ପ୍ରସ୍ତୁତି ନିମନ୍ତେ ଦିଲ୍ଲୀରେ କୋଚିଂ ପାଇଁ ଗଲେ। ୨୦୨୩ ରେ ଅମ୍ବିକା ଓଏଏସ୍ ପରୀକ୍ଷା ଦେଇଥିଲେ। ଯାହାର ଫଳାଫଳ ଆଜି ପ୍ରକାଶ ପାଇଛି ଏବଂ ସେ ପ୍ରଥମ ଥରରେ କୃତକାର୍ଯ୍ୟ ହୋଇଛନ୍ତି। ଏବେ ଅମ୍ବିକା ଭୁବନେଶ୍ଵରର ନୟାପଲ୍ଲୀରେ ରହୁଛନ୍ତି। ଏହାପରେ ସେ ଆଇଏଏସ୍ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା କଥା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ସେ ତାଙ୍କ ଜୀବନରେ ଆଇଏଫଏସ (ଇଣ୍ଡିଆନ ଫରେନ୍ ସର୍ଭିସ)ରେ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏକ ପ୍ରତିକ୍ରିୟାରେ ଅମ୍ବିକା କହିଛନ୍ତି ଯେ “ଓଏଏସ ପରୀକ୍ଷାରେ ଓଡ଼ିଶାରେ ୨୧ ନମ୍ବର ରେଙ୍କ୍ ଓ ବାଲେଶ୍ବରରେ ୧ ନମ୍ବର ରେଙ୍କ ଅଧିକାର କରି ମୁଁ ଖୁସି। ସବୁ ଈଶ୍ୱରଙ୍କ କୃପା।” ମାଆଙ୍କୁ ହରାଇ ବାପା ଓ ସମସ୍ତ ଗୁରୁଜନଙ୍କ ଆଶୀର୍ବାଦରୁ ଅମ୍ବିକା ଆଜି ସଫଳ ହୋଇ ପାରିଛନ୍ତି। ସେ ଏଥିପାଇଁ ନିଷ୍ଠାର ସହ ୮-୧୦ ଘଣ୍ଟା ପାଠ ପଢୁଥିଲେ । ସେ ଆଶା କରିଥିଲେ ଯେ ୧-୯ ଭିତରେ ରେଙ୍କ୍ ରହିବ। କିନ୍ତୁ କମ୍ ରହିଲା ରେଙ୍କ୍। ହେଲେ ଆଗକୁ ସେ ଆଇଏଏସ ପାଇଁ ପ୍ରସ୍ତୁତି କରୁଛନ୍ତି। “ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ସବୁବେଳେ ସଫଳତା ଆଣିଦିଏ” ବୋଲି ଅମ୍ବିକା ଙ୍କ ବାପା ହରିପଦ କହିଛନ୍ତି। ଏହି ସଫଳତା ପାଇଁ ଅମ୍ବିକାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.