ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା ( ଧନେଶ୍ଵର ପୁଞ୍ଜି): ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ର ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଆକଳନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଜୟପାଟଣା ଗୋଷ୍ଠୀ ଶିକ୍ଷା ଅନ୍ତର୍ଗତ ୨୨ ଗୋଟି ପଞ୍ଚାୟତ ରେ ଥିବା ୧୨ ଗୋଟି କ୍ଳଷ୍ଟର ର ବିଭିନ୍ନ କେନ୍ଦ୍ର ଗୁଡିକ ରେ ଭାରତ ସରକାରଙ୍କ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ସାକ୍ଷରତା ଏବଂ ଜ୍ଞାନ ଆକଳନ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମୀଣ ସ୍ତରରେ ଥିବା ନିରକ୍ଷର ବ୍ୟକ୍ତି ବିଶେଷ ମାନଙ୍କୁ ସାକ୍ଷର କରିବା ପାଇଁ ଦୀର୍ଘ ବର୍ଷ ଧରି ସରକାର ଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଚାଲୁ ରହିଛି।

Omkar Vasthu
Omkar Vasthu

ଚଳିତ ବର୍ଷ ରେ ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଞ୍ଚଳରେ ୧୫୫୦ ଜଣ ମହିଳା ଓ ପୁରୁଷ ଙ୍କୁ ପଞ୍ଜିକରଣ କରାଯାଇଥିଲା। ତନ୍ମଧ୍ୟରୁ ଆଦିବାସୀ,ହରିଜନ ପଛୁଆ ବର୍ଗ, ସାଧାରଣ ବର୍ଗ, ସଂଖ୍ୟା ଲଘୁ ଓ ଦିବ୍ୟାଙ୍ଗ ବର୍ଗ ରୁ ୧୪୩୭ ଜଣ ଆଜି ଅନୁଷ୍ଠିତ ହୋଇଥିବା ପରିକ୍ଷା ରେ ଅଂଶଗ୍ରହଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା ପ୍ରତ୍ୟକ୍ଷ ମାର୍ଗ ଦର୍ଶନ ଓ ନବ ଭାରତ ସାକ୍ଷରତା ର ବ୍ଳକ ନୋଡାଲ ଅଧିକାରୀ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ତତ୍ବାବଧାନରେ ଆକଳନ ଟି ଶୃଙ୍ଖଳିତ ଓ ସୁଚାରୁରୂପେ ସଙ୍ଗଠିତ ହୋଇଥିବା ବେଳେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ମୋହନ ଯୋଶୀ ବିଭିନ୍ନ ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ସମସ୍ତ ସି ଆର୍ ସି ସି, ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.