ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସର୍ବେ ହୋଇବେ ସାକ୍ଷର ରହିବେ ନାହିଁ ନିରକ୍ଷର। ଏହି ନାରାକୁ ଆଖି ଆଗରେ ରଖି ୧୫ ବର୍ଷରୁ ଉର୍ଦ୍ଧ ବୟସର ଅଣସାକ୍ଷର ମାନଙ୍କୁ ସାକ୍ଷର କରିବା ଓ ଏକ ଶିକ୍ଷିତ ସମାଜ ଗଠନ କରିବା ପାଇଁ ସରକାର ନୂତନ ଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଲାଞ୍ଜିଗଡ଼ ବ୍ଲକର ୧୩ଗୋଟି କ୍ଲଷ୍ଟର ଠାରେ ୭୦ଟି ପରୀକ୍ଷା କେନ୍ଦ୍ର ଠାରେ ୧୨ ଶହ ଶିକ୍ଷାର୍ଥୀ ମାନଙ୍କୁ ନେଇ ପରୀକ୍ଷା କରାଯାଇଛି। ଏହି ଅବସରରେ ବିଶ୍ଵନାଥପୁର, ଲାଞ୍ଜିଗଡ଼ରୋଡ଼, ଲାଞ୍ଜିଗଡ, ହରେକୃଷ୍ଣପୁର, ଚମ୍ପାଦେଇପୁର ସମେତ ସମସ୍ତ କ୍ଲଷ୍ଟର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଯାଇଛି। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କ୍ଲଷ୍ଟର ସିଆରସିସି ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ତତ୍ତ୍ୱବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।







