ଧର୍ମଗଡ଼ ବ୍ଲକର ୭ଟି ପରୀକ୍ଷା କେନ୍ଦ୍ରରେ ଉଲ୍ଲାସ ପରୀକ୍ଷା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭାରତ ସରକାରଙ୍କ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ଧର୍ମଗଡ଼ ବ୍ଲକର ୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷା ପୂର୍ବରୁ ୧୫ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ନିରକ୍ଷର ବ୍ୟକ୍ତିମାନଙ୍କୁ ନୂତନ ଶିକ୍ଷାର୍ଥୀ ଭାବେ ଉଲ୍ଲାସ ଏପରେ ପଞ୍ଜିକରଣ କରାଯାଇଥିଲା। 

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଭାରତ ତଥା ଓଡ଼ିଶାର ନିରକ୍ଷରମାନଙ୍କର ମୌଳିକ ସାକ୍ଷରତl ଓ ସଂଖ୍ୟଜ୍ଞାନ ସ୍ତର ବଢ଼ାଇ ସାକ୍ଷର କରାଇ ସ୍ଵାକ୍ଷରତା ହାର ବଢାଇବା। 

ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜିନୀ ମାଝୀ ପରୀକ୍ଷାର ସ୍ୱଚ୍ଛତା ଓ ସଠିକ ପରିଚାଳନାକୁ ତଦାରଖ ନିମନ୍ତେ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.