ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କଲା କଳାହାଣ୍ଡି ଜନ ସଂଗ୍ରାମ ସମିତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଲେଇ): ଗତ ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କଳାହାଣ୍ଡି ଜିଲ୍ଲାର ଜନ ସଂଗ୍ରାମ ସମିତି ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ବରେ ଏକ ୨୫ ଜଣିଆ ଯୁବକଙ୍କ ସହିତ ଦୀର୍ଘ ୫୦୦ କିଲୋମିଟର ପଦଯାତ୍ରା କରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସମସ୍ୟା ଓ ଦାବୀକୁ ନେଇ ଗତ ୧୮ ତାରିଖ ଦିନ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ବେଳେ ଆଜି ଭୁବନେଶ୍ବର ଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟି ଏକ ୨୬ ଦଫା ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏହି ଦାବୀ ଗୁଡ଼ିକ ଉପରେ ଯଥା ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲାରେ ରେଳଲାଇନର ସଂପ୍ରସାରଣ, ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା, ଚାଷୀମାନଙ୍କୁ ଫସଲ ବୀମା ପ୍ରଦାନ, ଗୋଲାମୁଣ୍ଡାରେ ଜିଏମଏଫସି ସ୍ଥାପନ ଓ ଗୋଲାମୁଣ୍ଡା ସିଏଚସିକୁ ୨୦ ଶଯ୍ୟାବିଶିଷ୍ଟ ଡାକ୍ତରଖାନା କରି ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ଜୁନାଗଡ଼ ଡାକ୍ତରଖାନାକୁ ଏରିଆ ଡାକ୍ତରଖାନାରେ ପରିବର୍ତ୍ତନ, ଉଦନ୍ତୀ ଓ ତେଲ ନଦୀରେ ବ୍ୟାରେଜ୍ ନିର୍ମାଣ, ସମସ୍ତ ବ୍ଲକରେ ଶୀତଳ ଭଣ୍ଡାରର ବ୍ୟବସ୍ଥା, ଗୋଲାମୁଣ୍ଡାରେ ଏକ ଶବ ବ୍ୟବଚ୍ଛେଦ କେନ୍ଦ୍ର ପ୍ରତିଷ୍ଠା ସହ ଗତ ନିର୍ବାଚନରେ ବିଜେପି କରିଥିବା ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବା ସହିତ ସର୍ବମୋଟ ୨୬ ଟି ଦାବୀ ଉପସ୍ଥାପନ କରାଯାଇଛି। ଏହି ପଦଯାତ୍ରାରେ ଅନିଲ କୁମାର ମଲ୍ଲିକ, ଲମ୍ବୋଦର ଜାଲ, କୁମୁଦ ଗହୀର, ରମେଶ ସାହୁ, ରଞ୍ଜନ ବେହେରା, କେଶବ ମାଝୀ, ଅସାରୁ ମାଝୀ, ପର୍ଶୁରାମ ମାଝୀ, ଗୌରାଙ୍ଗ ମାଝୀ, ଦୁର୍ବଳ ମାଝୀ, ସଦାନନ୍ଦ ମାଝୀ, ଚିତ୍ର ମାଝୀ, ଲାଲ ମାଝୀ, ପିତାଶ ସିପକା, ସମୀର ସିପକା, ଦେବେନ୍ଦ୍ର ମାଝୀ ପ୍ରମୁଖ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.