ଯୁବ ରେଡକ୍ରସ ସ୍ବେଚ୍ଛାସେବୀଙ୍କ ପାଇଁ ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମ

ଶିକ୍ଷା ସହ ସମାଜସେବା ପାଇଁ ଛାତ୍ର-ଛାତ୍ରୀଙ୍କୁ ଆହ୍ଵାନ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ରଣମାଲ୍ ପଞ୍ଚାୟତ ଅନ୍ତର୍ଗତ ଅରେବେଡ଼ାସ୍ଥିତ ପତିତପାବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ମାନଙ୍କପାଇଁ ଅନ୍ତର୍ଭୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ (ଇଣ୍ଡକ୍ସନ୍ ଟ୍ରେନିଂ ପ୍ରୋଗ୍ରାମ) ଅନୁଷ୍ଠିତ ହୋଇଯାଇଛି।

ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ହିମାଂଶୁ ଶେଖର ମୁଣ୍ଡ୍ ରେଡକ୍ରସ୍ ପତାକା ଉତ୍ତୋଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଅଧ୍ୟୟନ ସହ ସମାଜସେବାରେ ବ୍ରତୀ ହେବାକୁ ଆହ୍ଵାନ ଦେଇଥିଲେ। ଅଧ୍ୟକ୍ଷଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସଂଯୋଜକ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ଯୁବ ରେଡକ୍ରସର ଶପଥ ପାଠ କରାଇବା ସହ ରେଡକ୍ରସର ଇତିହାସ ଓ ବିକାଶ, ମୌଳିକ ନୀତି, ଚିହ୍ନ ତଥା ରକ୍ତଦାନର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ।

ଲଖିରାମ୍ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବେହେରାର ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ମୋହନ ଚରଣ ବିଶି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରାଥମିକ ଚିକିତ୍ସା ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ତପନ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ଓ ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ବିଜୟ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ କାର୍ଯ୍ଯକ୍ରମକୁ ସଫଳ ରୂପ ଦେବାରେ ଅଧ୍ୟାପକ ଅନିଲ କୁମାର ବେହେରା, ଜୟନ୍ତ କୁମାର ଶତପଥୀ, ସଂଯୁକ୍ତା ନାଏକ, କ୍ରୀଡ଼ା ଶିକ୍ଷକ ସୁନୀଲ କୁମାର ମୁଣ୍ଡ, ଗ୍ରନ୍ଥାଗାରିକ ଘାସିରାମ ଠାକୁର, ଆଶିଷ ଯୋଶୀ, ତମାଳ ନାଏକ, ଶ୍ୟାମ ସୁନ୍ଦର ଗୋପାଲ ପ୍ରମୁଖ ବିଶେଷ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ତଥା ଏକାଦଶ ଓ ଦ୍ଵାଦଶ ଶ୍ରେଣୀରେ ଅଧ୍ୟୟନରତ ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.