ନର୍ଲା ହାଇସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହେଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା, ସମ୍ମାନୀତ ଅତିଥି ଭାବରେ ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ଯୋଗଦାନ କରି ବିଜ୍ଞାନ ମେଳାର ଶୁଭ ଉଦ୍ଘାଟନ କରିଥିଲେ।

Omkar Vasthu
Omkar Vasthu

ଏହାପରେ ଅତିଥି ବୃନ୍ଦ ପ୍ରକଳ୍ପ ଗୁଡ଼ିକ ପରିଦର୍ଶନ କରିଥିଲେ। ଏନେଇ ଏକ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା। ମେଳାରେ ବିଚାରକ ଭାବେ ତୁଳାପଡ଼ା କଲେଜର ଅଧ୍ୟାପକ ମଣ୍ଟୁ ଭୋଇ ଓ ଘନଶ୍ୟାମ ଭୋଇ ଯୋଗଦେଇ ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରିଥିଲେ। ଶିକ୍ଷକ ମିହିର କୁମାର ବେହେରା ଓ ସୁରେଶ ଚନ୍ଦ୍ର ସାହୁ ବିଚାରକଙ୍କୁ ସହଯୋଗ କରିଥିଲେ। ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୯୨ ଟି ପ୍ରକଳ୍ପ ପ୍ରଦର୍ଶିତ ହେଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସିନିୟର୍ ବିଭାଗରୁ ୪୦ ଗୋଟି ଓ ଜୁନିୟର ବିଭାଗରୁ ୫୨ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ନର୍ଲା ବ୍ଲକ ଅଧିନସ୍ଥ ୨୯ ଗୋଟି ହାଇସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ୩୮ ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏଭଳି ମୋଟ ୬୮ ଗୋଟି ବିଦ୍ୟାଳୟରୁ ୧୧୩ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ୬୮ ଜଣ ଶିକ୍ଷକ ଗାଇଡ ଭାବରେ ଆସି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଉପସ୍ଥିତ ଥିଲେ। ସର୍ବୋତ୍ତମ ୭ ଗୋଟି ପ୍ରକଳ୍ପ ଚୟନ କରାଯାଇ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାକୁ ଯିବା ପାଇଁ ମନୋନୀତ କରିଥିଲେ ବିଚାରକ ମଣ୍ଡଳୀ। ସିନିଅର ବିଭାଗରୁ ୪ ଜଣ ନର୍ଲା ହାଇସ୍କୁଲ ଦଶମ ଶ୍ରେଣୀର ଛାତ୍ର ଦୋନେଶ ନାଏକ, ନବମ ଶ୍ରେଣୀର ଛାତ୍ରୀ ଶ୍ରଦ୍ଧାଞ୍ଜଳି ବିଶ୍ଵାଳ, ନର୍ଲା ଆଦର୍ଶ ବିଦ୍ୟାଳୟ ନବମ ଶ୍ରେଣୀର ଛାତ୍ରୀ ସିମରନ ରଣା, ଭିମକେଲା ହାଇସ୍କୁଲ ନବମ ଶ୍ରେଣୀ ର ଛାତ୍ର ସମ୍ବିତ ସାହୁ। ସେହିଭଳି ଜୁନିୟର ବିଭାଗରୁ ୩ ଗୋଟି ପ୍ରକଳ୍ପ ଶେରଗଡ଼ ୟୁପି ସ୍କୁଲ ଅଷ୍ଟମ ଶ୍ରେଣୀର ଛାତ୍ର ଜଗଦୀଶ ବିଶ୍ଵାଳ, ଶାନ୍ତପୁର ରାଧାକୃଷ୍ଣ ହାଇସ୍କୁଲ ଅଷ୍ଟମ ଶ୍ରେଣୀର ଛାତ୍ରୀ କରିଶ୍ମା ସା, ଓ ବୁଦେଲଗୁମା ୟୁପି ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ ଅନୁପମା ନାଏକ ପ୍ରମୁଖଙ୍କ ପ୍ରକଳ୍ପକୁ ଜିଲ୍ଲା ସ୍ତରୀୟ ବିଜ୍ଞନ ମେଳା ପାଇଁ ଚୟନ କରିଛନ୍ତି ବିଚାରକ ମଣ୍ଡଳୀ।

କାର୍ଯ୍ୟକ୍ରମର ସଫଳ ରୂପାୟନରେ ତେଜରାଜ ସାହୁ, ସସ୍ମିତା ସୁନାମୁଦି, ଶିଲା ପ୍ରହରାଜ, ପ୍ରସାନ୍ତ କୁମାର ସାହୁ, ସର୍ବେଶ୍ଵର ଭୋଇ, ଶରତ ଭୋଇ, ସଞ୍ଜୟ ଦାସ, ଜେ.ଫାଲ୍ଗୁନା ରାଓ, ହିତେଶ ମେହେର, ତପନ ଦାସ, କ୍ରୀଷ୍ଣା ଶ୍ରୀ ମାଝୀ, ମୀନାକ୍ଷୀ ମିଶ୍ର, ପ୍ରଣତି ବୈଦ୍ୟ, ସର୍ମିତା ସେଠୀ, ଜ୍ୟୋତିର୍ମୟୀ ମହାନ୍ତି, ସୋନମ ରାଣୀ ପଧାନ, ସସ୍ମିତା ପ୍ରଧାନ, ଜ୍ୟୋତିର୍ମୟୀ ମହାନ୍ତି, ନିବେଦିତା ଗନ୍ତିଆ, ମିତ୍ରସେନ ସାହୁ ଓ ତରଣୀ ଧଙ୍ଗଡାମାଝି ପ୍ରମୁଖ ସାହାଯ୍ୟ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.