ନର୍ଲାରେ ଶିଶୁ ଅନୁକୂଳ ଗ୍ରାମ ପଞ୍ଚାୟତ ତାଲିମ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା /କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସମ୍ମେଳନ କକ୍ଷରେ “ଶିଶୁ ଅନୁକୂଳ ଗ୍ରାମ ପଞ୍ଚାୟତ” ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନର୍ଲା ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରବି ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ କଳାହାଣ୍ଡି ଓ ଜିବୀକା ନିର୍ବାହନ ପ୍ରକଳ୍ପର ସମନ୍ୱୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଗାଟନ କରିଥିଲେ। ଗ୍ରାମ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗ୍ରାମରେ ପୌଷ୍ଟିକତା ଅଭାବରୁ ଶିଶୁ ମୃତ୍ୟୁ ଘଟୁଛି। ଗ୍ରାମ ପଞ୍ଚାୟତ ଗୁଡିକ ଅଧିନରେ ଆଶା ଓ ଅଙ୍ଗନୱାଡି କର୍ମୀ ମାନେ ଶିଶୁ ମାନଙ୍କ ବିକାଶ ପାଇଁ କାମ କରୁଥିଲେ ମଧ୍ୟ ଅଭିଭାବକ ମାନଙ୍କ ସଚେତନତା ଅଭାବରୁ ଶିଶୁ ମାନଙ୍କୁ ଠିକ ଭାବରେ ଶିକ୍ଷାଦାନ ହୋଇ ପାରୁନି। ଏଣୁ ଏସବୁକୁ ଦୁରିକରଣ ନିମନ୍ତେ ନର୍ଲା ବ୍ଲକ ଅଧିନସ୍ଥ ସରପଞ୍ଚ, ସମିତି ସଦସ୍ୟ, ଆଶା ଓ ଅଙ୍ଗନୱାଡି କର୍ମୀ ମାନଙ୍କୁ ନେଇ “ଶିଶୁ ଅନୁକୂଳ ଗ୍ରାମ ପଞ୍ଚାୟତ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ତାଲିମ ଦାତା ଭାବରେ ଓଡିଶା ଜୀବୀକା ନିର୍ବାହନ ପ୍ରକଳ୍ପର ରିସୋର୍ସ ପର୍ସନ ଗୀତାଞ୍ଜଳୀ ପଟ୍ଟନାୟକ ଓ ଡୁଙ୍ଗୁରିଗୁଡା ଶିଶୁ ବିକାଶ ପ୍ରକଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷା ଏସଆଇଆରଡିର ସ୍ୱର୍ଣ୍ଣଲତା ମହାନ୍ତି ଯୋଗଦାନ କରି ତାଲିମ ପ୍ରଦାନ କରିଥିଲେ। ନର୍ଲା ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ସମେତ ଅଗ୍ରଣୀ ସରପଞ୍ଚ ମାନଙ୍କ ମଧ୍ୟରେ ନର୍ଲା ସରପଞ୍ଚ ସଂଘ ସବାପତି ତଥା ଭାନପୁର ସରପଞ୍ଚ ଅନନ୍ତ ମାଝୀ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ବାଗପୁର ସରପଞ୍ଚ ଗୋପାଳ ହାତୀ, ଗିଗିନା ସରପଞ୍ଚ ସୁଧାମୟୀ କୁମାର, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇଙ୍କ ସମେତ ଅନେକ ସରପଞ୍ଚ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ସକାଳ ୧୦ ଘଣ୍ଟାରୁ ଅପରାହ୍ନ ୪ ଟା ଯାଏଁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଚାଲିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.