ବ୍ଳକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ତଥା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ

ଓଡ଼ିଆ ବାର୍ତ୍ତା/ ଜୟପାଟଣା ( ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଉଚ୍ଚଳା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଳକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ତଥା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଅଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା ଙ୍କ ସଭାପତିତ୍ବରେ ତଥା ପ୍ରତ୍ୟକ୍ଷ ମାର୍ଗ ଦର୍ଶନ ରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ।

ଏହି କ୍ରମରେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ମୋହନ ଯୋଶୀ ଙ୍କ ତତ୍ତ୍ଵାବଧାନରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ର ସଭାପତି ତଥା ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ମୁଣ୍ଡ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ସମସ୍ତ କ୍ଳଷ୍ଟର ର ସି ଆର୍ ସି ସି, ଉଚ୍ଚଳା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁବର୍ଣ୍ଣୀ ନାଏକ,ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଚକ୍ରଧର ନାଏକ, ପୂର୍ବତନ ପରିଚାଳନା କମିଟି ର ସଭାପତି ସୁରେନ୍ଦ୍ର ମୋହନ ସାହୁ ପ୍ରମୁଖ ମଞ୍ଚାସୀନ ରହିଥିଲେ।

ଏ ନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନ ରେ ଥିବା ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଉପସ୍ଥିତ ରହି ତାଙ୍କର ବୈଜ୍ଞାନିକ କଳା ପ୍ରଦର୍ଶିତ କରିଥିଲେ। ଏହି କାର୍ଯ୍ୟକ୍ରମ ୮୮ ଗୋଟି ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଷ୍ଟଲ ପ୍ରଦର୍ଶୀତ ହୋଇ ଥିଲା । ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷକ ସଂଘ ର ସଂପାଦକ ଲଲିତ କୁମାର ନାଏକ ମଞ୍ଚ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.