ଲାଞ୍ଜିଗଡ଼ର ସାମ୍ବାଦିକମାନଙ୍କ ପ୍ରତି ଅଶୋଭନୀୟ ଆଚରଣ, ଥାନାରେ ମାମଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ବିଜୟ ଦ୍ବିବେଦୀଙ୍କ ଶୋକସଭାରେ ଯୋଗ ଦେଇଥିବା ଲାଞ୍ଜିଗଡ଼ ବ୍ଲକର ସାମ୍ବାଦିକମାନଙ୍କୁ ଭବାନୀପାଟଣାର ସାମ୍ବାଦିକ ରଜନୀ ମିଶ୍ର ଆକ୍ରମଣ ଉଦ୍ୟମ, ହତ୍ୟା ଧମକ ଦେବା ଓ ଜାତିଆଣ ଆକ୍ଷେପ କରିବା ନେଇ ଭବାନୀପାଟଣା ଭବାନୀପାଟଣା ଟାଉନ ଥାନାରେ ମାମଲା ରୁଜୁ ହୋଇଛି।ଏପରିକି ଶ୍ରୀ ମିଶ୍ର ଥାନା ସାମ୍ନାରେ ପୁଲିସ ଉପସ୍ଥିତିରେ ମଧ୍ୟ ଲାଞ୍ଜିଗଡ଼ ବ୍ଲକର ସାମ୍ବାଦିକମାନଙ୍କୁ ହତ୍ୟା ଧମକ ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ଏବେ ସାରା ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି।  ଅନ୍ୟପକ୍ଷରେ ଶ୍ରୀ ମିଶ୍ର ନିଜ ଦୋଷ ଲୁଚାଇବାକୁ ଯାଇ ଲାଞ୍ଜିଗଡ଼ ବ୍ଲକର ୬ ଜଣ ସାମ୍ବାଦିକଙ୍କ ନାଁରେ ଓଲଟା ଡକାୟତି ଭଳି ମିଥ୍ୟା ମାମଲା ରୁଜୁ କରିବାକୁ ନେଇ ସାରା ଜିଲ୍ଲାର ସାମ୍ବାଦିକ ମହଲରେ ତୀବ୍ର ନିନ୍ଦା କରାଯାଇଛି। ସେହିପରି ସାମ୍ବାଦିକମାନଙ୍କୁ ସର୍ବ ସାଧାରଣରେ ଜାତିଆଣ ଆକ୍ଷେପ କରି ହତ୍ୟା ଧମକ ଦେବା ଘଟଣାକୁ ନେଇ ଦଳିତ ଆଦିବାସୀ ମହାସଂଘ କଳାହାଣ୍ଡି, ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ, କଳାହାଣ୍ଡି ଜିଲ୍ଲା ଡମ ସମାଜ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ, ଲାଞ୍ଜିଗଡ଼ ସାମ୍ବାଦିକ ସମୁହ ଦୃଢ଼ ନିନ୍ଦା କରିବା ସହିତ ଅଭିଯୁକ୍ତ ସାମ୍ବାଦିକ ଶ୍ରୀ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.