ଲାଞ୍ଜିଗଡ଼ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ପାଇଁ ପ୍ରସ୍ତୁତି ବୈଠକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ ସଭା ଗୃହ ଠାରେ ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବିଧାୟକଙ୍କ ପ୍ରତିନିଧି ପ୍ରଦିପ କୁମାର ଘଢେଇ, ବ୍ଲକ ଉପାଧ୍ଯକ୍ଷ ସଂଜିବ କୁମାର ନାୟକ, ଅତିରିକ୍ତ ତହସିଲଦାର, ବ୍ଲକ କୃଷି ଅଧିକାରୀ ଦେବୀପ୍ରସାଦ ପୃଷ୍ଟି, ସମନ୍ବିତ ଶିଶୁ ବିକାଶ ଅଧିକାରୀଣୀ ବିଜୟୀ ଶ୍ରୀ ସିଂ, ଏସିଏଫ ନରୋତ୍ତମ ମାଝୀ, ଜିପିଇଓ ପ୍ରଦିପ କୁମାର ଠାକୁର, ମଙ୍ଗଳ ସଂପ୍ରସାରଣ ଅଧିକାରୀ ପଙ୍କଜ ବଳିୟାର ସିଂହ, ସମିତି ସଭ୍ୟ ସଂଘ ସଭାପତି ଜଗଦୀଶ ବେନିଆ, ସମ୍ପାଦକ ମନୋହର ହରପାଳ, ସରପଞ୍ଚ ସଂଘ ସଭାପତି ସାନ୍ଦୁରୁ ମାଝୀ, ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଭାରତ ଭୂଷଣ ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର, ବରିଷ୍ଠ ନାଗରିକ ବଳରାମ ବେହେରା, ରଘୁବୀର ନାଗ, ପିଇଡବ୍ଲୁ ମିଡ଼ିଆ ଆସୋସିଏସନ ସଭାପତି ନିଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ପ୍ରେସ କ୍ଳବ୍ ସଭାପତି ସୁଶିଲ କୁମାର ବାଗ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ପାଇଁ କମିଟି ଗଠନ କରାଯାଇଥିଲା ଏବଂ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ସମସ୍ତଙ୍କ ମତାମତ ପରେ ପଞ୍ଚାୟତ ମାନଙ୍କରେ ୧ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ପାଇଁ ଜାନୁଆରୀ ୧୦ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ଏଥିରେ ବିଭିନ୍ନ କଳା, ସଂସ୍କୃତି, ଲୁକ୍କାୟିତ ପ୍ରତିଭା ନେଇ ବିଭିନ୍ନ ସ୍କୁଲ, କଲେଜ ଓ ଅନେକ ଅନୁଷ୍ଠାନରୁ ଲୋକେ ନିଜର କଳା ସଂସ୍କୃତି ପ୍ରଦର୍ଶିତ କରିବା କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଉତ୍ସବକୁ ପୂର୍ବ ବର୍ଷ ଅପେକ୍ଷା ଆହୁରି ଅଧିକ ଆକର୍ଷଣ କରିବା ପାଇଁ ଯୋଜନା ମାନ ସ୍ଥିର କରାଯାଇଛି। ବୈଠକରେ ଲାଞ୍ଜିଗଡ଼ ବ୍ଲକର ୨୬ ଗୋଟି ପଞ୍ଚାୟତର ସରପଞ୍ଚ, ପିଇଓ, ସମିତି ମେମ୍ବର ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନିଜ ନିଜର ମତାମତ ମତ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.