ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସହର ଉପକଣ୍ଠସ୍ଥ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମେଦିନୀପୁର ପରିସରରେ ଆକାଶବାଣୀ ଭବାନୀପାଟଣା ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି।
ଏଥିରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ଉପ-ନିର୍ଦ୍ଦେଶକ (ଯାନ୍ତ୍ରିକ) ତଥା କାର୍ଯ୍ୟାଳୟ ପ୍ରମୁଖ ମଦନ କୁମାର ସିଂହ, କାର୍ଯ୍ୟକ୍ରମ ନିଷ୍ପାଦକ ଶ୍ୟାମକୁମାର ମିଶ୍ର, ବରିଷ୍ଠ ଉଦଘୋଷକ ସଚ୍ଚିଦାନନ୍ଦ ମଲ୍ଲିକ, ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡା, ଗ୍ରନ୍ଥାଗାର ଅଧିକାରୀ ଦିଲ୍ଲୀପ କୁମାର ପାତ୍ର, ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଳ କୁମାର ବିଶ୍ୱାଳ, ସହକାରୀ ଶିକ୍ଷକ ପ୍ରଭାତ କୁମାର ରଥ, ସୁରେନ୍ଦ୍ର ପଟ୍ଟନାୟକ, ବିଷ୍ଣୁ ଗଉଡ଼ଙ୍କ ସମେତ ଆକାଶବାଣୀ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସମସ୍ତେ ମିଶି ବିଦ୍ୟାଳୟ ପରିସର ସଫେଇ କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ୱଚ୍ଛତା ହିଁ ସେବା ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏଥିରେ ହେମାଙ୍ଗିନୀ ମାଝୀ ପ୍ରଥମ, ସାଗରିକା ସାହୁ ଦ୍ୱିତୀୟ ଓ ସୋନମ୍ ରାଣୀ ଶବର ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ।





