ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲା ନର୍ଲା ବ୍ଲକ ଠାରେ ସୋମବାର ଅନୁଷ୍ଠିତ ହୋଇଛି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର। ଶିବିରରେ ୪୦ ଜଣ ଅଭିଯୋଗକାରୀ ସେମାନଙ୍କ ନାମ ପଞ୍ଜିକୃତ କରିଥିଲେ। ସେଥି ମଧ୍ୟରୁ ୩୧ ଗୋଟି ବ୍ୟକ୍ତି ଗତ ସ୍ତରରେ ହୋଇଥିବା ବେଳେ ୧୦ ଗୋଟି ଅଭିଯୋଗ ଗୋଷ୍ଠିଗତ ହୋଇଥିବା ଜଣା ପଡ଼ିଛି।ଆର ଏଚ, ପେନସନ ଓ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ସମସ୍ୟା ଗୁଡିକ ଉପରେ ଅଭିଯୋଗ କାରୀ ଅଭିଯୋଗ କରିଥିବା ଜଣାପଡ଼ିଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଏଡିଏମ ତନ୍ମୟ ଦରୱାନ, ଉତ୍ତର ବନଖଣ୍ଡ ଡିଏଫଓ ପ୍ରଭାକର ବର୍ମା ଓ ଦକ୍ଷିଣ ବନଖଣ୍ଡ ଡିଏଫଓ ଆର କଲେଇବରମ, କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ ପ୍ରମୁଖ ମଞ୍ଚାସୀନ ରହି ଅଭିଯୋଗ ଶୁଣିବା ସହିତ ସମାଧାନ କରିଥିଲେ। ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ନର୍ଲା ବ୍ଲକ ସ୍ତରରେ ରହିଥିବା ବିଭିନ୍ନ ଅଭିଯୋଗ ଗୁଡିକର ଉତ୍ତର ରଖିଥିଲେ। ଏଥିରେ ମୁଖ୍ୟ ଅଭିଯୋଗ ଭାବରେ ଶାନ୍ତପୁର ପିଏମଶ୍ରୀ ରାଧାକୃଷ୍ଣ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପାତ୍ରଙ୍କୁ ବିନା କାରଣରେ ଜଏନ କରି ତିନିମାସ ନ ପୁରୁଣୁ ବଦଳି କୁ ପ୍ରତିବାଦ କରି ଏବଂ ବିବାଦୀୟ ପୂର୍ବତନ ଡେପ୍ଲଏଡ ପ୍ରଧାନ ଶିକ୍ଷକ ବିଶିକେଶନ ସୁନା ଙ୍କୁ ବିଦ୍ୟାଳୟରେ ପୁନଃ ନିଯୁକ୍ତିକୁ ବିରୋଧ କରି ଶାନ୍ତପୁର ସରପଞ୍ଚ ଗିରିଧାରୀ ମାଝୀ, ନର୍ଲା ସମିତି ସଦସ୍ୟ ସଂଘର ସଭାପତି ତଥା ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର, ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ଆତ୍ମାରାମ ସାହୁ ଙ୍କ ନେତୃତ୍ୱରେ ଶାନ୍ତପୁର ଜନ ସାଧାରଣ ଜିଲ୍ଲାପାଳ ଙ୍କ ନିକଟରେ ଏ ନେଇ ଅଭିଯୋଗ କରି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପାତ୍ରଙ୍କ ବଦଳୀ ବାତିଲ କରାଯାଉ ବୋଲି ଅଭିଯୋଗ କରିଥିଲେ। ନର୍ଲା ରେ ହୋଇଥିବା ଡ୍ରେନ ନିର୍ମାଣ ଓ ଅନ୍ୟାନ୍ୟ ବିଭିନ୍ନ ବିଷୟ ଗୁଡ଼ିକ ଉପରେ ଅଭିଯୋଗ ହୋଇଥିଲା।ଏଠାରେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସମେତ ନର୍ଲା ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ମେଡିକାଲ ଅଫିସର ଆଶୁତୋଷ ପ୍ରଧାନ, ନର୍ଲା ସିଡ଼ିପିଓ ଅଞ୍ଜଳି ପଟ୍ଟନାୟକ, ନର୍ଲା ବିଦ୍ୟୁତ ବିଭାଗର ଏସଡିଓ କମଲେଶ ପଧାନ, ଏବିଇଓ ଗୋବର୍ଦ୍ଧନ ମାଝୀ, ସହକାରୀ କୃଷି ଅଧିକାରୀ ପ୍ରବୀଣ ସାହୁ, ଲାଇନ୍ ବିଭାଗ ଗୁଡିକର ଅଧିକାରୀ ନର୍ଲା ରେଞ୍ଜର, ଫରେଷ୍ଟର ଭବାନୀ ନାଏକ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଆସିଥିବା ବିଷୟ ଗୁଡିକର ତଥ୍ୟ ପ୍ରଦାନ କରିଥିଲେ। ନର୍ଲା ବିଡିଓ ବିପିନ ବିହାରୀ ଦୀପ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସେକ୍ସନ ଅଫିସର ସୁଦର୍ଶନ ରାଉତ, ବିପିସି ଭୋଳନାଥ ଦାସ, ଯନ୍ତ୍ରୀ ଆଲୋକ ନାୟକ, ବିଏସଏସଓ ପ୍ରଦୀପ ବେହେରା, ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ସନତ କୁମାର ସାହୁ, ସନତ କୁମାର ନାୟକ, ସହକାରୀ ଯନ୍ତ୍ରୀ ସୁଧାଂଶୁ ମହାଲି, କନିଷ୍ଠ ଯନ୍ତ୍ରୀ ବିଚିତ୍ରାନନ୍ଦ ନାଏକ, ଆଲୋକ ନାଏକ, ରଞ୍ଜିତା ନାଏକ, ସୁକାନ୍ତି ବିଶ୍ୱାଳ, ସଂଯୁକ୍ତା ପାଣି, ନର୍ଲା ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତ ର ପିଇଓ ଓ ଏଡିଇଓ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ନର୍ଲା ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଦସ୍ୟ/ ସଦସ୍ୟା ମାନେ ଶିବିରରେ ଉପସ୍ଥିତ ରହିଥିଲେ। ଭତ୍ତା, ଆବାସ ଜୋଜନା, ବିଦ୍ୟୁତ ସଂକ୍ରାନ୍ତୀୟ ମାମଲା, ବାର୍ଦ୍ଧକ୍ୟ ଭତ୍ତା ଓ ଜମିଜମା ସଂକ୍ରାନ୍ତୀୟ ମାମଲା ଗୁଡିକ ଉପରେ ଅଭିଯୋଗ ସବୁ ହୋଇଥିଲା। ୧୯ ଜଣ ନୂତନ ହିତାଧିକାରୀ ମାନଙ୍କୁ ଜିଲ୍ଲାପାଳ ରାସନ କାର୍ଡ ପ୍ରଦାନ କରିଥିଲେ।





