ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଠାରେ ଶକ୍ତିମୟୀ ଫାଉଣ୍ଡେସନର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସଭାନେତ୍ରୀ ଯଶୋଦା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସମସ୍ତ ଟ୍ରଷ୍ଟିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ଥିଲା। ସମ୍ପାଦିକା ପ୍ରବୀଣା ପାଣି ବାର୍ଷିକ ବିବରଣୀ ପାଠ କରିଥିଲେ। ଶକ୍ତିମୟୀ ଫାଉଣ୍ଡେସନର ଟ୍ରଷ୍ଟି ବାସନ୍ତୀ ସ୍ୱାଇଁ, ଭାଗ୍ୟଗ୍ୟଲତା ସାହୁ, ଶୁଭଲକ୍ଷ୍ମୀ ମହାନ୍ତି,ସାବିତ୍ରୀ ପାଳକିଆ, ପରାମର୍ଶଦାତା ତଥା ଟ୍ରଷ୍ଟି ଶ୍ରୀମୁଖ ଅଗସ୍ତି ଯୋଗ ଦେଇ ତାଙ୍କର ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରି ଶକ୍ତିମୟୀ ଫାଉଣ୍ଡେସନର ଆଗାମୀ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା। ସୋନୁ ପଧାନ ଓ ସୁଜନ ହରିଜନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ କୋଷାଧ୍ୟକ୍ଷ ଶୁଭଲକ୍ଷ୍ମୀ ମହାନ୍ତି ଧନ୍ଯବାଦ ଦେଇଥିଲେ।





