ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା, ମା ମାଣିକେଶ୍ୱରୀ, କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଶ୍ରୀ ଭାଗବତ ଜନ୍ମୋତ୍ସବ ସ୍ଥାନୀୟ ସ୍ୱାମୀ ଶିବାନନ୍ଦ ବାଳ ବିକାଶ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ଜିଲ୍ଲା ସମ୍ପାଦିକା ସୁଦେଷ୍ଣା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରବଚକ ବସନ୍ତ କୁମାର ସ୍ୱାଇଁ ଓ କବି ସବିତା ଶତପଥୀ ଆଲୋଚକ ଭାବରେ ଯୋଗ ଦେଇ ମହାପୁରୁଷ ଶ୍ରୀ ଜଗନ୍ନାଥ ଦାସକୃତ ଓଡ଼ିଆ ଭାଗବତର ମହାତ୍ମ୍ୟ ପ୍ରସଙ୍ଗରେ ଆଲୋଚନା କରି କହିଥିଲେ ଯେ ସତ୍ ମାର୍ଗରେ ଅର୍ଥ ଉପାର୍ଜନ କରି ତାକୁ ସମାଜ- ସେବା ଓ ରାଷ୍ଟ୍ର-ଧର୍ମର ଉତ୍ଥାନ ପାଇଁ ବିନିଯୋଗ କଲେ ହିଁ ମଣିଷ ଜୀବନ ସାର୍ଥକ ହୋଇଥାଏ। ଦୀପ ପ୍ରଜ୍ଜ୍ୱଳନ ପରେ କାର୍ଯ୍ୟକ୍ରମ ପ୍ରାରମ୍ଭରେ କାର୍ଯ୍ୟକାରିଣୀ ସଦସ୍ୟା ଦୀପ୍ତି ମୁଣ୍ଡ ମା ସରସ୍ଵତୀଙ୍କ ବନ୍ଦନା ଗାନ କରିଥିବା ବେଳେ କମଳିନୀ ପଣ୍ଡା ଭଜନ ପରିବେଷଣ କବିତା ମୁଣ୍ଡ ଓ ବିଳାସିନୀ ମହାପାତ୍ର ଭାଗବତ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ବିରଞ୍ଚିନାରାୟଣ ମୁଣ୍ଡ, ସଂଘମିତ୍ରା କାନୁନଗୋ, ଆନନ୍ଦିନୀ ପାତ୍ର, ଗୋପବନ୍ଧୁ ପଣ୍ଡା, ପ୍ରମୋଦ କୁମାର ଖମାରୀ, ସାଗର ବୈଠାରୁ, ଯୁଧିଷ୍ଠିର ମୁଦୁଲି, କିଶୋର ମହାନନ୍ଦ, ପ୍ରମୋଦ କୁମାର ଖମାରୀ, କାଜଲ ମହାରଣା ପ୍ରମୁଖ ଉପସ୍ଥିତ ସହିତ ସହଯୋଗ କରିଥିଲେ। ପ୍ରତାପ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଶାନ୍ତ ପଣ୍ଡା ଶାନ୍ତି ପାଠ କରିବା ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।





