ବିଶ୍ଵନାଥପୁର ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ୱନାଥପୁର ସାର୍ବଜନୀନ ଦୁର୍ଗାପୂଜା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱନାଥପୁର ଗାଁ ଗୌନ୍ତିଆ ପ୍ରଦୀପ କୁମାର ଘଡ଼େଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆସନ୍ତା ଦୁର୍ଗାପୂଜାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ଚିତ୍ତାକର୍ଷକ ଭାବେ ଆୟୋଜନ କରିବାକୁ ସମସ୍ତେ ମତ ଦେଇଥିଲେ। ଏହା ପରେ ଶାନ୍ତି ଶୃଙ୍ଖଳାର ସହ ପୂଜା ପର୍ବର ଆୟୋଜନ ପାଇଁ ସର୍ବସମ୍ମତି କ୍ରମେ ଏକ ନୂତନ କମିଟି ଗଠିତ ହୋଇଥିଲା। ଏଥିରେ ସଭାପତି ଭାବେ ଜଗଦୀଶ ବେନିଆ, ଉପସଭାପତି ହରିହର କୁମାର, ସମ୍ପାଦକ ଅନନ୍ତ ପ୍ରଧାନୀ, ସହ ସମ୍ପାଦକ କିଶୋର ହରପାଳ, କୋଷାଧ୍ୟକ୍ଷ ସୁବାଷ ନାୟକ, ସହ କୋଷାଧ୍ୟକ୍ଷ ଜିତେନ୍ଦ୍ର ସାହୁଙ୍କୁ ମନୋନୀତ କରାଯାଇଥିଲା। ଦୁର୍ଗାପୂଜାରେ କର୍ତ୍ତା ଭାବେ ଗାଁ ଗୈାତିଆ ପ୍ରଦିପ କୁମାର ଘଡେ଼ଇ ଓ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ଦେବୀ ଘଡେ଼ଇ ଦାୟିତ୍ୱ ନିର୍ବାହ କରିବେ ବୋଲି ସ୍ଥିର ହୋଇଛି। ଏହି କାର୍ଯ୍ୟକ୍ରମ ପାଞ୍ଚ ଦିନ ଧରି ଚାଲିବ। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଟକ ସହ ମେଲୋଡି ପରିବେଷଣ ଏବଂ ଶେଷ ଦିବସରେ ରାବଣ ପୋଡି କାର୍ଯ୍ୟକ୍ରମ ରହିଛି ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ବୈଠକରେ ପୂଜକ କୈଳାସ ଦାସ, ବରିଷ୍ଠ ନାଗରିକ ବଳରାମ ବେହେରା, ରଘୁବୀର ନାଗ, ତରୁଣ କୁମାର ଦାସ ଧବଳେଶ୍ୱର ଠେଲା, ଅଚ୍ୟୁତ ଘଡ଼େଇ, ମନୋରଞ୍ଜନ ବିଶି, ବନ ଦଳେଇ, ଉପେନ୍ଦ୍ର ସାହୁ, ପ୍ରମୋଦ ଗୋୟଲଙ୍କ ସମେତ ବିଶ୍ୱନାଥପୁରର ସମସ୍ତ ଯୁବକ ସଂଘ ଓ ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.