ମା ରାଏଗଡେନ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ରୁପ୍ରା ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜ଼ିଲ୍ଲା ଅନ୍ତର୍ଗତ ରେଗେଡାରେ ଆୟୋଜିତ ମା ରାଏଗଡେନ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ମା ରାଇଗଡେନ ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ସିଜନ-୪ ର ଫାଇନାଲ ମ୍ୟାଚ ରେଗେଡା ଗ୍ରୀନ ପାର୍କ ଷ୍ଟାଡିଅମରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମୁକାବିଲା ଗଜବାହାଲ ଓ ରୁପ୍ରା ମଧ୍ୟରେ ହୋଇଥିଲା। ଗଜବାହାଲ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୪୫ ରନ ସଂଗ୍ରହ କରିଥିଲା। ପ୍ରତି ପକ୍ଷରେ ରୁପ୍ରା ୮.୨ ଓଭରରେ ୪୬ ରନ କରି ବିଜୟଲାଭ କରିଥିଲା। ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି  ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟତମ ଅତିଥିଭାବେ ରେଗେଡା ସରପଞ୍ଚ ଦିପ୍ତୀରାଣୀ ସାହୁ, ସମିତି ସଭ୍ୟା ଗେଲ କମ୍ପ, ନାଏବ ସରପଞ୍ଚ ସାନ୍ଧ୍ୟରାଣୀ ବାଗ ଯୋଗ ଦେଇଥିଲେ। କ୍ଲବ ସଭାପତି ଗୁଣନିଧି ଭୋଇ, ସମ୍ପାଦକ ଦିଲୀପ ପରିଡା, କୋଷଧକ୍ଷ ଧର୍ମାନନ୍ଦ ନାଏକ, ଦୀପକ କୁମାର ଦାସ, ପୂର୍ଣ୍ଣ ବଗର୍ତି, ସୁରେଶ ବାଗ ତଥା କମିଟିର ସଦସ୍ୟମାନେ ସହଯୋଗ କରିଥିଲେ। ଖେଳ ର ଉଦଘୋଷକ ଭାବେ ଗିରିଗୋବର୍ଧନ ସାହୁ, ସୁଧୀର ବାଗ, ଜଳନ୍ଧର ସାହୁ, ଗୋଲଡି ପ୍ରଭୁତି ସହଯୋଗ କରିଥିଲେ। ଅମ୍ପିୟାର ଭାବେ ସହଯୋଗ କରିଥିଲେ ଆଦିତ୍ୟ, ପୂର୍ଣ୍ଣ, ସୁଧୀର, ତପନ, ଚକିତ, ଅଜିତ୍ ପ୍ରମୁଖ। ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ ଦେବକୀ ଓ ପରମା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.