ମୁଖୀଗୁଡା ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ଅଧିନରେ ଥିବା ମଙ୍ଗଳପୁର ବ୍ୟାରେଜରୁ ବାମ ଓ ଦକ୍ଷିଣ କେନାଲ ମାଧ୍ୟମରେ ରବିଚାଷ ପାଇଁ ଜଳସେଚନ ଆରମ୍ଭ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖୀଗୁଡା ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଅଧିନରେ ଥିବା ମଙ୍ଗଳପୁର ହାତୀ ବ୍ୟାରେଜରୁ ଆଜି ମଙ୍ଗଳବାର ବାମ ଏବଂ ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ଆଗାମୀ ରବିଚାଷ ପାଇଁ ଜଳସେଚନ ଶୁଭାରମ୍ଭ କରାଯାଇଥିବାବେଳେ ଜୟପାଟଣା, କଲମପୁର , ଜୁନାଗଡ଼, କୋକସରା ଏବଂ ଧର୍ମଗଡ଼ ବ୍ଳକ ର ୨୯୬ ଗୋଟି ଗ୍ରାମ ର ୫୩୩୭୪ ହେକ୍ଟର ଚାଷଜମି ଯୋଗାଇ ଦିଆଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିବା ସୁଚନା ମିଳିଛି। ପ୍ରାପ୍ତ ସୁଚନା ଅନୁଯାୟୀ ବାମ କେନାଲରୁ ୫ କ୍ୟୁସେକ ଏବଂ ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ୩ କ୍ୟୁସେକ ପାଣି ନିଷ୍କାସନ କରାଯିବା ପାଇଁ ସ୍ଥିରୀକୃତ ହୋଇଛି। ପର୍ଯ୍ୟାୟ କ୍ରମେ ପାଣି ନିଷ୍କାସନ ପ୍ରକ୍ରିୟା ବୃଦ୍ଧି କରାଯିବା ନେଇ ବିଭାଗ ପକ୍ଷରୁ ସୁଚନା ମିଳିଛି। ଏହି ଜଳସେଚନ ଆରମ୍ଭ ସମୟରେ ବାମ କେନାଲର ଅଧିକ୍ଷଣ ଯନ୍ତ୍ରୀ ତୃପ କୁମାର ପାତ୍ର ଏବଂ ଦକ୍ଷିଣ ମୁଖ୍ୟ କେନାଲ ଅଧିକ୍ଷଣ ଯନ୍ତ୍ରୀ ରାଜ କୁମାର ବେହେରା ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.