ଲଙ୍ଗଳେଶ୍ବର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର‌ର ଏକବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଗଞ୍ଜାମ: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଲଙ୍ଗଳେଶ୍ୱରର ଏକବିଂଶତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖଲ୍ଲିକୋଟର ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ, ସମ୍ମାନିତ ଅତିଥି ଭାବରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଲଙ୍ଗଳେଶ୍ୱର ଶାଖା ପରିଚାଳକ ଶ୍ରୀଯୁକ୍ତ ଶ୍ରୀନିବାସ ଦଳବେହେରା ଓ ମୁଖ୍ୟ ବକ୍ତା ଭାବରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ଗବେଷକ ଶ୍ରୀଯୁକ୍ତ ଜ୍ଞାନାନନ୍ଦ ସାଗର କୁମାର ଯୋଗ ଦେଇଥିଲେ।

Omkar Vasthu
Omkar Vasthu

ଶିଶୁ ମନ୍ଦିର ପରିଚାଳନା ସମିତି ଲଙ୍ଗଳେଶ୍ୱରର ସଭାପତି ଶ୍ରୀଯୁକ୍ତ ପଦ୍ମ ଚରଣ ସୁବୁଦ୍ଧି, ସମ୍ପାଦକ ଶ୍ରୀଯୁକ୍ତ ଭୀମସେନ ପ୍ରଧାନ, ଉପ ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଦେବବ୍ରତ ମାନସିଂହ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସୁଦର୍ଶନ ଜେନାଙ୍କ ସହିତ ଉପଦେଷ୍ଟା ମଣ୍ଡଳୀରୁ ଶ୍ରୀଯୁକ୍ତ ମନୋଜ କୁମାର ପଟ୍ଟନାୟକ, ଶ୍ରୀଯୁକ୍ତ ଭ୍ରମର ବର ନାହାକ, ଶ୍ରୀଯୁକ୍ତ ପାଣ୍ଡଵ ମହାରଣା, ଶ୍ରୀଯୁକ୍ତ ବିପିନ ବିହାରୀ ସାହୁ, ଶ୍ରୀଯୁକ୍ତ କାଳୁରାମ ମହାରଣା, ଶ୍ରୀଯୁକ୍ତ ପୁରୁଷୋତ୍ତମ ସାହୁ, ଶ୍ରୀମତୀ ଆଶାରାଣୀ ସାହୁ ଓ ଶ୍ରୀମତୀ ରଜନୀ ବେହେରା ଯୋଗ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna


ଉକ୍ତ ଉତ୍ସବରେ ଦୀପ ପ୍ରଜ୍ଵଳନ ପରେ ବାର୍ଷିକ ବିବରଣୀ ପଠନ, ପୁରସ୍କାର ବଣ୍ଟନ, ସମ୍ବର୍ଦ୍ଧନା ପର୍ବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଆୟୋଜିତ ହୋଇଥିଲା। ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସନ୍ତୋଷ କୁମାର ଶତପଥୀ ଏବଂ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାହୁଙ୍କୁ ସମ୍ବର୍ଦ୍ଧନା ସହ ବାଦଲ ପଲେଇଙ୍କ ଦ୍ୱାରା ପ୍ରକାଶିତ ‘ଚିଲିକା’ ମୁଖପତ୍ରର ଶୁଭ ଉନ୍ମୋଚନ ଏବଂ ଦୁଇଟି ସାମାଜିକ ନାଟକ ‘କିଏ ପର କିଏ ନିଜର’ ଓ ‘ ଜୁଇ ମନ୍ଦାର’ ମଞ୍ଚସ୍ଥ ହୋଇ ଉତ୍ସବକୁ ଆହୁରି ଆନନ୍ଦମୁଖର କରିପାରିଥିଲା। ବିଦ୍ୟାଳୟର ପ୍ରଧାନ ଗୁରୁଜୀ ନାରାୟଣ ସାହୁ, ଲଙ୍ଗଳେଶ୍ୱର ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀଯୁକ୍ତ ରମେଶ ସାହୁଙ୍କ ସମେତ ସମସ୍ତ ଗୁରୁଜୀଗୁରୁମାଙ୍କ ଉପସ୍ଥିତି ଉକ୍ତ ଉତ୍ସବକୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରିପାରିଥିଲା। ପରିଶେଷରେ ମିଟୁ ଗୁରୁଜୀଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହ ଉତ୍ସବର ପରିସମାପ୍ତି ଘଟିଥିଲା।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.