ନର୍ଲାରୋଡ ଦୁର୍ଗା ମନ୍ଦିରରେ ଚାଲିଛି ଚୈତ୍ର ନବରାତ୍ରୀ ଦୁର୍ଗାପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡ ଦୁର୍ଗା ମନ୍ଦିର ଗତ ବର୍ଷ ୨୦୨୪ରେ ପ୍ରତିଷ୍ଠା ହେବା ପରେ ଏହା ଦ୍ୱିତୀୟ ବର୍ଷ ଚାଲିଛି ଚୈତ୍ର ନବରାତ୍ରୀ ଦୁର୍ଗାପୂଜା ।

Omkar Vasthu
Omkar Vasthu

ଏନେଇ ଗତ ଶନିବାର ସାନ୍ଦୁଲ ନଦୀରୁ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଦୁର୍ଗା ମନ୍ଦିର ପାଶ୍ୱର୍ସ୍ଥ ପୂଜା ମଣ୍ଡପରେ କଳସ ସ୍ଥାପନା ପରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna

ରବିବାର ସକାଳୁ ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ବୁଧବାର ନବରାତ୍ରୀ ପୂଜାର ଚତୁର୍ଥ ଦିବସରେ ସକାଳୁ ମଙ୍ଗଳ ଆଳତୀ, ସୂର୍ଯ୍ୟପୂଜା, ଦେବୀ ଦୂର୍ଗାଙ୍କ ପୂଜା ପୀଠରେ ଅନୁଷ୍ଠିତ ହୋଇଛି ।

Udyog Nursery
Udyogi Nursery

ପୂଜା କର୍ତ୍ତା ଭାବରେ ନର୍ଲାରୋଡର ଯୁବ ଉଦ୍ୟୋକ୍ତା ବିମଳ କୁମାର କେଡିଆ ଓ ତାଙ୍କ ଧର୍ମପତ୍ନୀ ପ୍ରଜ୍ଞା କେଡିଆ ଦାଇତ୍ୱ ନିର୍ବାହନ କରୁଥିବା ବେଳେ ଗତ ଶାରଦୀୟ ଦୁର୍ଗା ପୂଜାରେ ପୂଜନ କାର୍ଯ୍ୟ କରିଥିବା ପୁରୀର ପଣ୍ଡିତ ବୃନ୍ଦ ପୂଜନ କାର୍ଯ୍ୟ ସମ୍ପାଦନ କରୁଛନ୍ତି ।

ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ୱାଳ, ରାଜା ପରିଡା, ବିନାୟକ ମହନ୍ତ, ରାଜୀନ ସାହୁ, ରମେଶ ମହାରଣା, ଦୀପକ ଜେଠୁଆ, ଫକ ପ୍ରମୁଖ ଚୈତ୍ର ନବରାତ୍ରୀ ଦୁର୍ଗାପୂଜା ପରିଚାଳନା କରୁଥିବା ଜଣାପଡିଛି । ଏହା ଆସନ୍ତା ସୋମବାର ନବମୀ ଦିନ ସକାଳେ ପୂର୍ଣ୍ଣାହୂତି ପଡିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.