ଲାଞ୍ଜିଗଡ଼ ଅଞ୍ଚଳରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ: ପୋଖରୀବନ୍ଧ ହନୁମାନ ଷ୍ଟୋନ କ୍ରସର ପକ୍ଷରୁ ପଣା ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ମହାବିଷୁବ ସଂକ୍ରାନ୍ତି, ଯାହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ। ଏହି ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି। ଚଳିତ ଥର ପଣା ସଂକ୍ରାନ୍ତି ୧୪ ଅପ୍ରେଲରେ ପାଳିତ ହେଉଛି। ଏହି ଦିନରେ ଓଡ଼ିଆ ନବବର୍ଷ ମଧ୍ୟ ପାଳିତ ହୋଇଥାଏ। ତେବେ ପରମ୍ପରା ଅନୁସାରେ ଏହିଦିନ ପାଚିଲା ବେଲ ତଥା ବିଭିନ୍ନ ପ୍ରକାରର ଫଳରେ ପଣା ପ୍ରସ୍ତୁତ ହୋଇ ତୁଳସୀ ଚଉରା ତଥା ହନୁମାନ ମନ୍ଦିର ମାନଙ୍କରେ ପ୍ରସାଦ ଭାବରେ ଅର୍ପଣ କରାଯାଇ ଥାଏ ଏବଂ ଓଡ଼ିଆ ଘରର ପରମ୍ପରା ଅନୁଯାୟୀ ଏହିଦିନ ତୁଳସୀ ଚଉରା ରେ ଠେକି ବସା ଯାଇଥାଏ। ମାନ୍ୟତା ଅନୁଯାୟୀ ଏହିଦିନ ଭାରତ ବର୍ଷର ବର୍ଷର ବିଭିନ୍ନ ରାଜ୍ୟରେ ମଧ୍ୟ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଥିବାବେଳେ ଆଜି ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ହୀରାନୀଳା ଷ୍ଟୋନ୍ କ୍ରସର ପକ୍ଷରୁ ସ୍ଥାନୀୟ ହନୁମାନ ବାଟିକା ଠାରେ ଅଞ୍ଚଳବାସୀ ତଥା ଶତାଧିକ ପଥଚାରି ମାନଙ୍କୁ ପଣା ବଣ୍ଟନ କରାଯାଇଥିଲା। ପୋଖରୀବନ୍ଧ ଷ୍ଟୋନ କ୍ରସର ପକ୍ଷରୁ ରମେଶ ଚନ୍ଦ୍ର ସାହୁଙ୍କ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର, ତାଙ୍କ ଧର୍ମପତ୍ନୀ ସୁପ୍ରଭା ପାତ୍ର, ଜଗନ୍ନାଥପୁର କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ କୁମାର ସାହୁ, ସାମ୍ବାଦିକ ସନ୍ତୋଷ କୁମାର ତୁଳ,ନିଲେଶ କୁମାର ନାଗ, ତୁଳସୀ ରାମ ପ୍ରଧାନୀ,ମଳୟ ବେନୁଆ, ମନୋଜ ଦୋରା ପ୍ରମୁଖ ଯୋଗଦେଇ ଥିଲେ।ହନୁମାନ ବାଟିକାର ଉପଦେଷ୍ଟା ମଣ୍ଡଳିର ସନାତନ ବିଶି, କୁଳମଣି ବାଣୁଆ, ବିକ୍ରମାଦିତ୍ୟ ବାରିକ, କର୍ଣ୍ଣ ମାଝୀ, ଜୟମନୀ ବେହେରା, ଶଙ୍କର ପ୍ରଧାନୀ, ପ୍ରମୁଖ ଉପସ୍ଥିତ ରହିଥ‌ିବାବେଳେ ଶଙ୍କର ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବକଟପୁର ଯୁବକ ସଂଘର ସୁଧାଂଶୁ ଶେଖର ବାରିକ,କିଶୋର ସାହୁ, ମୁକେଶ ସାହୁ, ହେମନ୍ତ ବେହେରା,ରିଙ୍କୁ ବାରିକ, ଫକିର ଗଣ୍ଡା,ରୁନୁ ବେହେରା,ଅମିତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ତେବେ ସେହିପରି ଲାଞ୍ଜିଗଡରୋଡ଼, ଲାଞ୍ଜିଗଡ, ବେନଗାଁ, ମୂଷାନାଳରେ ମଧ୍ୟ ହନୁମାନ ଜୟନ୍ତୀ ସହିତ ପଣା ସଂକ୍ରାନ୍ତି, ଅର୍ଣ୍ଣ ପ୍ରସାଦ ବଣ୍ଟନ ପାଳିତ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.