ଓଡ଼ିଆ ବାର୍ତ୍ତା/ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଲାଫେର ସ୍ଥିତ ଡକ୍ଟର ବିଆର ଆମ୍ବେଦକର କ୍ଳବ ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ସମାରୋହରେ ହୋଇଛି | ବାସୁଦେବ ସେଠିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡାକ୍ତର ଜିତେନ୍ଦ୍ର ସୁନା, ଆଇନଜୀବୀ ଗୋକୁଳ ସୁନା ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ | କାହ୍ନୁଚରଣ ସେଠିଆ ଅତିଥି ପରିଚୟ ଓ ଗୋପବନ୍ଧୁ ବାଗ ଧନ୍ୟବାଦ ଅର୍ପଣ କରିଥିଲେ | ସଭା ପରେ କ୍ଳବ ସଦସ୍ୟ ସଦସ୍ୟାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | କ୍ଳବ ସଭାପତି ଜରାସନ୍ଧ ତାଣ୍ଡି, ଉପସଭାପତି ମଧୁସୂଦନ ସେଠିଆ, ସମ୍ପାଦକ ମିଥୁନ ମହାନନ୍ଦ, ସହ ସମ୍ପାଦକ ଜଗା ବାଗଙ୍କ ସମେତ ସଦସ୍ୟଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |