ନାଟକ ସାହିତ୍ୟ ଓ ସଂସ୍କୃତିର ସମନ୍ୱୟ -ଅନନ୍ତ ମହାପାତ୍ର

ନାଟକର ସାମାଜିକ ପ୍ରାସଙ୍ଗିକତା‌ ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର (ରଜତ ବଂଶଲ): ନାଟକ ସାହିତ୍ୟ ଓ ସଂସ୍କୃତିର ସମନ୍ୱୟ। ସାଧାରଣ ମଣିଷର ସ୍ୱରକୁ ଉପସ୍ଥାପନ କରିବାର ସର୍ବଶ୍ରେଷ୍ଠ ମାଧ୍ୟମ ହେଉଛି ନାଟକ। କେନ୍ଦ୍ର ସାହିତ୍ୟ ଅକାଦେମି ଏବଂ ରାଜ୍ୟର ପୁରାତନ ନାଟ୍ୟାନୁଷ୍ଠାନ ‘ଶତାବ୍ଦୀର କଳାକାର’ର ମିଳିତ ଆନୁକୂଲ୍ୟରେ ‘ନାଟକର ସାମାଜିକ ପ୍ରସଙ୍ଗିକତା’ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ଏହା କହିଛନ୍ତି।

ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ତଥା କଥାକାର ଗୌରହରି ଦାସ ଅଧ୍ୟକ୍ଷତା କରି ଆମ ସମାଜ ଉପରେ ନାଟକର ପ୍ରଭାବ ସବୁଠୁ ଅଧିକ। ଏହା ଏକ ଆବେଗିକ ସ୍ଵାକ୍ଷର ସୃଷ୍ଟି କରିଥାଏ ବୋଲି କହିଥିଲେ।

ସାହିତ୍ୟ ଅକାଦେମିର ସାଧାରଣ ପରିଷଦ ସଦସ୍ୟ ପ୍ରଫେସର ବିଜୟ କୁମାର ଶତପଥୀ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରି କହିଲେ ନାଟକ ଏମିତି ଏକ ମାଧ୍ୟମ ଯେଉଁଥିରେ ପ୍ରେମ, ବିଦ୍ରୋହ, ପ୍ରତିବାଦ, ସଂଘର୍ଷ ସବୁ ଉପାଦାନ ଭର୍ତ୍ତି ହୋଇ ରହିଥାଏ। ଏଥିରେ ସବୁ ବର୍ଗର ମଣିଷର କଥା ଓ ବ୍ୟଥା ରହିଥାଏ l ସାହିତ୍ୟ ଅକାଦେମି କୋଲକାତାର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାୟକ ସ୍ବାଗତ ଭାଷଣ ଓ ଶତାବ୍ଦୀର କଳାକାରର ସାଧାରଣ ସମ୍ପାଦକ ଧୀର ମଲ୍ଲିକ୍ ଧନ୍ୟବାଦ ଦେଇଥିଲେ।

ଆଲୋଚନାରେ ବିଶିଷ୍ଟ ନାଟ୍ୟବ୍ୟକ୍ତିତ୍ବ ନାରାୟଣ ସାହୁ, ବିଜୟ କୁମାର ଶତପଥୀ, ନରେନ୍ଦ୍ର ମିଶ୍ର, ସତ୍ୟବ୍ରତ ରାଉତ, ଗୌରାଙ୍ଗ ରାଉତ, ପ୍ରବୋଧ ରଥ, ଲଲାଟେନ୍ଦୁ ରଥ, ଉପେନ୍ଦ୍ର ପ୍ରସାଦ ନାୟକ ପ୍ରମୁଖ ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ପ୍ରଥମ ଅଧିବେଶନରେ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଅଧ୍ୟକ୍ଷତା କରିଥିବାବେଳେ ଶତାବ୍ଦୀର କଳାକାରର ଉପଦେଷ୍ଟା ବିଜୟ କୁମାର ଦାସ ଧନ୍ୟବାଦ ଦେଇଥିଲେ। ଭୁବନେଶ୍ଵରର ବହୁ ନାଟ୍ୟବିତ୍ ଓ ନାଟ୍ୟପ୍ରେମୀ ଏହି ଆଲୋଚନା ଚକ୍ରରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.