ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଭଟାଙ୍ଗ ଗାଁରେ ଜ୍ୟୋତିଷ ତୀର୍ଥ ବାଗଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଭୀମକେଲାର ଅବସରପ୍ରାପ୍ତ ଶିକ୍ଷକ ଶେଷଦେବ ପୋଢ଼ଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନ୍ଧୁବାନ୍ଧବ, ଆତ୍ମିୟ ସ୍ବଜନ, ଯାଦବ ସମାଜର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ଶିକ୍ଷାବିତ ତପନ କୁମାର ଭୋଇ, ଶିକ୍ଷକ ବଦ୍ରି ନାରାୟଣ ନାଗ ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ବାଗଙ୍କ ସ୍ମୃତି ଚାରଣ କରିଥିଲେ। କବି ମଧୁସୂଦନ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ଵର୍ଗତ ବାଗଙ୍କ ଦେହାନ୍ତ ଅଞ୍ଚଳ ପାଇଁ ଅପୂରଣୀୟ କ୍ଷତି ବୋଲି ଅତିଥି ବୃନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜ୍ୟୋତିଷ ବିଦ୍ୟାରେ ଧୁରିଣ ଥିବା ତୀର୍ଥ ବାଗ ଏକା ଧାରରେ ଜଣେ ଚାଷୀ, କଂଗ୍ରେସ ପାର୍ଟିର ଜଣେ ବରିଷ୍ଠ ସଦସ୍ୟ ତଥା ଯାଦବ ମହାସଭାର ସକ୍ରୀୟ ସଦସ୍ୟ ରହି ଆସିଥିଲେ। ତାଙ୍କର ମୃତ୍ୟୁ ହୃଦଘାତ ଜନିତ କାରଣରୁ ହୋଇଥିଲା।