କାର୍ ଧକ୍କାରେ ସ୍ବାମୀ-ସ୍ତ୍ରୀ ମୃତ: ୪୬ ନଂ ରାଜ୍ୟ ରାଜପଥ ଅବରୋଧ, ଗାଡ଼ି ଚଳା ଚଳ ଠପ୍

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ୪୬ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା କୃଷ୍ଣନଗର ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାୟଗଡ଼ା ଠାରୁ ଦୃତ ଗତିରେ ଆସୁଥିବା ଏକ କାର (ସଂଖ୍ୟା ଓ ଡ଼ି ୦୨ ଜି ୫୯୫୭) ଓ ଡ଼ି ୧୮ଏଲ ୭୦୬୮ ନମ୍ବର ବିଶିଷ୍ଟ ବାଇକ୍‌କୁ ଶକ୍ତ ଧକ୍କା ଦେବାରୁ ଘଟଣା ସ୍ଥଳରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ତାଣ୍ଡିପୁର ନଦୀସାହିର ଦେବ ଭତ୍ରା ଓ ତାଙ୍କ ପତ୍ନୀ ଶକୁନ୍ତଳା ଭତ୍ରା ।  ଘଟଣାସ୍ଥଳରେ ମୃତକଙ୍କ ପରିବାର ଓ ଅଞ୍ଚଳବାସୀ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି | ଖବର ନେବାରୁ ଜଣା ପଡ଼ିଛି କି ଦୁର୍ଘଟଣା ସ୍ଥଳରେ ପ୍ରାଣ ହରାଇ ଥିବା ଦାମ୍ପତିଙ୍କୁ ଅଗ୍ନିଶମ ସେବା ଯାନରେ କଲ୍ୟାଣସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି । ଦୁର୍ଘଟଣା ଘଟାଇଥିବା କାର ଘଟଣା ସ୍ଥଳରୁ ଚମ୍ପଟ ମାରିଛି । ଏହିକୁ ନେଇ ଉତେଜନା ପରିସ୍ଥିତି ସୃଷ୍ଟିହୋଇଛି । ଏସଡ଼ିପିଓ ଗୌର ହରି ସାହୁ,  ଚାନ୍ଦିଲି ଥାନା ଆଇଆଇସି ଉତ୍ତମ କୁମାର ସାହୁ ଓ କଲ୍ୟାଣସିଂହପୁର ଏସଆଇ ସଞ୍ଜୟ ପଟ୍ଟନାୟକ ପୋଲିସ ବଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.