ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ : କ୍ଷୀରସିନ୍ଧୁ ବାଗ ସଭାପତି, ଲଲିତ ବାଣୁଆ ଉପସଭାପତି, ଭବାନୀ ବାରିକ କୋଷାଧ୍ୟକ୍ଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡିର ଦଣ୍ଡପାଟ ଅଞ୍ଚଳରେ ବିଭିନ୍ନ ସଚେତନାତ୍ମକ, ରଚନାତ୍ମକ ଓ ସେବାମୂଳକ କାର୍ଯ୍ୟକ୍ରମ ଜାରି ରଖୁଥ‌ିବା ଅଗ୍ରଣୀ ସଂସ୍ଥା ‘ଦଣ୍ଡପାଟ ଯୁବ ସେବା ସଂଗଠନ’ ବେହେରାର ନୂତନ କର୍ମକର୍ତ୍ତା ଚୟନ ହେଇଯାଇଛି। ଏଥ‌ିରେ ଯୁବ ସମାଜସେବୀ କ୍ଷୀରସିନ୍ଧୁ ବାଗ ସଭାପତି ଓ ସମାଜସେବୀ ତଥା ଚିତ୍ରଶିଳ୍ପୀ ଲଲିତ ବାଣୁଆ ଉପସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ଵ ଗ୍ରହଣ ପରେ ଶ୍ରୀ ବାଗ କହିଛନ୍ତି ଯେ, ସମାଜର ତଳ ସ୍ତରର ଲୋକଙ୍କ ସେବା ପାଇଁ ଦଣ୍ଡପାଟ ଯୁବ ସେବା ସଂଗଠନ ପ୍ରତିଶ୍ରୁତିବଦ୍ଧ ଅଛି। ଆଗକୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଆହୁରି ଅନେକ କାର୍ଯ୍ୟକ୍ରମ କରାଯିବ ଏବଂ ସଂଗଠନ ସମାଜସେବାରେ ଆଲୋକ ବର୍ତ୍ତିକା ସାଜିବ। ସଂଗଠନର ସଂପାଦକ ଭାବେ ଭୁଜବଳ ନାଏକ, ସହସଂପାଦକ ସୁଶୀଲ ଚନ୍ଦ୍ର ନାଗ, କୋଷାଧ୍ୟକ୍ଷ ଭବାନୀ ଶଙ୍କର ବାରିକ ଏବଂ ସଦସ୍ୟ ଭାବରେ ଭିକାରୀ ଚରଣ ଗୋପାଳ, ସୁଚିତ୍ରା ଗୋପାଳ, କ୍ଷୀରସିନ୍ଧୁ ବାଣୁଆ, ତ୍ରିଲୋକ ନାଥ ସିଂ, ହେମାଳ ବିଶି, ରୂପେଶ ନାଏକ ରହିଛନ୍ତି ଏବଂ ସଂଗଠନ ର ସଂଯୋଜକ ଭାବେ ରଜତ ବଂଶଲ ଓ ମାର୍ଗଦର୍ଶକ ଭାବେ ଅବିନାଶ ମୁଣ୍ଡ ଚୟନିତ ହୋଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.