ଜିଲ୍ଲାସ୍ତରୀୟ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ 

୧୧୬୬ ଟି ମାମଲାରୁ ୨୮ ଲକ୍ଷ , ୭୮ ହଜାର ୬୪୮ ଟଙ୍କା ଜରିମାନା ଆଦାୟ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡି:ଏଲ:ଏସ:ଏ:) ଦ୍ୱାରା ଆଜି ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ସିଭିଲ କୋର୍ଟ ପରିସର’ରେ ଏବଂ ଏହି ଜଜସିପ୍‌ ଅନ୍ତର୍ଗତ ଜିଲ୍ଲାର ଅନ୍ୟାନ୍ୟ ଅଦାଲତ ଯଥା:- ଆର୍‌. ଉଦୟଗିରି, ମୋହନା ଓ କାଶୀନଗର ଠାରେ ଥିବା ତାଲୁକ ସ୍ତରୀୟ କୋର୍ଟରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି’ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ଅଦାଲତ’ର ନ୍ୟାୟିକ ଅଧିକାରୀ ତଥା ବିଚାରପତି ମାନେ ନିଜ ନିଜ ଅଦାଲତରେ ଲୋକ ଅଦାଲତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପସ୍ଥିତ ଥିବା ସେହି ନ୍ୟାୟିକ ଅଧିକାରୀ ତଥା ବିଚାରପତି ମାନେ ହେଲେ — ପରିବାର ଅଦାଲତ ଜର୍ଜ ଡ଼ଃ ଜୀବନ ଜ୍ୟୋତି ରଥ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀ ବିଭୁ ପ୍ରସାଦ ପଣ୍ଡା, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ସ୍ୱପ୍ନାଶ୍ରୀ ନାୟକ, ସିଭିଲ ଜଜ୍ ସିନିୟର୍ ଡିଭିଜନ ଶ୍ରୀ ସୁଦାମ ଚରଣ ଦାଶ, ଜିଲ୍ଲା ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରଣା, ଜିଲ୍ଲା ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ, ଜିଲ୍ଲା ମହିଳା କୋର୍ଟର ସିଭିଲ ଜଜ୍ ଶ୍ରୀମତୀ ରଶ୍ମିତା ସାହୁ, ଏସ:ଡି:ଜେ:ଏମ୍-ଶ୍ରୀମତୀ ଗାୟତ୍ରୀ ମିଶ୍ର, ଜେ:ଏମ:ଏଫ:ସି: ଶ୍ରୀ ସତ୍ୟଜିତ ପାଣି, ଆର:ଉଦୟଗିରି କୋର୍ଟର ସିଭିଲ ଜଜ୍ (ସିନିୟର୍ ଡିଭିଜନ) ସୁଶ୍ରୀ ସୌଦାମିନୀ ବିଶ୍ୱାଳ ଏବଂ ଜେ:ଏମ:ଏଫ:ସି: ଶ୍ରୀ ଶୁଭଙ୍କର ମହାନ୍ତି, ମୋହନା କୋର୍ଟର ଜେ:ଏମ:ଏଫ୍:ସି: ଶ୍ରୀ ବିକାଶ କିରଣ ମିଶ୍ର ଏବଂ କାଶୀନଗର କୋର୍ଟର ଗ୍ରାମ-ନ୍ୟାୟାଧିକାରୀ ତଥା ଜେ:ଏମ:ଏଫ:ସି: ଶ୍ରୀମତୀ ମୋନାଲି ବେହେରା ପ୍ରମୁଖ’ଙ୍କ ସମେତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ବିଭିନ୍ନ ରାଷ୍ଟ୍ରୀୟତା ବ୍ୟାଙ୍କ, ଆର.ଟି.ଓ, ଟି.ପି.ଏସ.ଓ.ଡି.ଏଲ୍‌ ଓ ଅନ୍ୟାନ୍ୟ ଷ୍ଟେକ୍‌ ହୋଲ୍ଡର ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ନିଜ ନିଜର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ମାନଙ୍କରେ ପାରଳାଖେମୁଣ୍ଡି ବାର ଆସୋସିଏସନ୍‌ର ସଭାପତି ଶ୍ରୀ ରାମକୃଷ୍ଣ ନାୟକ, ସଚିବ ଶ୍ରୀ କାଶୀନାଥ ଦାଶ ଓ ବାର ସଂଘର ଅନ୍ୟାନ୍ୟ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହି ଲୋକ ଅଦାଲତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ମୋଟ ୧୮୪୯ଟି ମାମଲା ଗ୍ରହଣ କରା ଯାଇଥିବା ବେଳେ ସେଥି ମଧ୍ୟରୁ ୧୧୬୬ଟି ମାମଲାର ତ୍ୱରିତ ସମାଧାନ କରା ଯାଇଥିଲା। ଏଥିସହ ମୋଟ ୨୮ଲକ୍ଷ ୭୮ ହଜାର ୬୪୮ ଟଙ୍କା ଜରିମାନା ବାବଦକୁ ଆଦାୟ କରା ଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.