ସେ ଦିନ ଥିଲା ଅମାବାସ୍ୟା । ଘନ ଅନ୍ଧାର । ରାତି ପ୍ରାୟ ୧୨ଟା ହେବ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭିଜି ଯାଇଥିଲା ତାର ଶରୀର । ଦେହରେ ଖଣ୍ଡେ କପଡା ନଥିଲା । ଲଜ୍ଜ୍ୟାର ଶୃଙ୍ଗାରକୁ ତଳେ ପକେଇ ଜୀବନ ବିକଳରେ ଦୌଡି ଆସିଥିଲା । ଛୋଟ ଏକ ଜନ ବସତି ଭିତରକୁ ।ଲୋକେ ଦେଖି ବିସ୍ମିତ ହୋଇ ପଡିଲେ ଏବଂ ଭୟରେ କବାଟରେ କିଲା ଦେବା ବଦଳରେ ତାର ସେବା ଶୁଶ୍ରୁଷା କରିଥିଲେ । କିଛି ସମୟ ପାଇଁ ଜାତି ଧର୍ମ ବର୍ଣ୍ଣକୁ ଭୁଲିଯାଇ ସମସ୍ତେ ତାର ସେବା କଲେ ଏବଂ ପୁନଃଜୀବନ ଦେଇଥିଲେ ।
ତୃଷ୍ଣା ଓ କ୍ଷୁଧାରେ ଛଟପଟ ହେଉଥାଏ । ତା’ର ଅର୍ଦ୍ଧ ନିଶ୍ବାସ ଜୀବନ । ସେଇ ଜନ ବସତି ଆଦିବାସୀ ସଂପ୍ରଦାୟର ହେବା ଯୋଗୁଁ ପାଣି ବଦଳରେ ମହୁଲି ରସ ମଲିଥିଲା ଏବଂ ଜଙ୍ଗଲି ଯନ୍ତୁର ଭଜା ମାଂସ ଦୁଇ ଦନା ।ନିର୍ଭିକରେ ଆଖିବୁଜି ଖାଇ ଦେଇ ଗୋଟିଏ ବଡ ନିଶ୍ବାସ ମାରି ସେମିତି ଶୋଇ ପଡିଲା ।
ରାତି ପାହିଲା ବେଳକୁ ଯା କାମରେ ସେ ଲାଗିଲେ ।ସେତେବେଳେ ତାର ଅଳସ ନିଦ ଭାଙ୍ଗି ଯାଇଥାଏ ।ଆଦିବାସୀ ସଂପ୍ରଦାୟର ମହିଳା ମାନେ ଡଳା କୁଳା ଓ ଟୋପେଇ ଧରି ଯାଉଛନ୍ତି ବିଲ ବଣକୁ ।ମହୁଲ,ଚାହାଁର,ଜାମୁକୋଲି ଓ କେନ୍ଦୁପତ୍ର ଇତ୍ୟାଦି ସଂଗ୍ରହ କରିବା ପାଇଁ । ତାକୁ ନେଇ ବଜାରରେ ବିକ୍ରି କରନ୍ତି ଏବଂ କଛି ଟଙ୍କା ଆଣି କୁଟୁମ୍ବ ପ୍ରତିପୋଷଣ କରିଥାନ୍ତି । ଏପରି ଆଉ କଛି ଦିନ ଗାଁର ମୁଖିଆଙ୍କ ଘରେ ସେ ରହିଯାଏ ।ଦିନେ ମୁଖିଆ କହନ୍ତି “ବାବୁ ଏତେଦିନ ହୋଇ ଗଲାଣି ଏଥର ତୁମ ଘରକୁ ଯାଅ ” । ସେ ମୁଖିଆଙ୍କ ଗୋଡ ତଳେ ପଡିଗଲା ଏବଂ ରହିବା ପାଇଁ ଜାଗା ଖଣ୍ଡିଏ ମାଗିଲା ।ପାଠଶାଠ ପଢିଛି ଶିକ୍ଷିତ ପିଲାଟିଏ ବୋଲି କଛି ନ ଭାବି ମୁଖିଆ ହଁ କହି ଦିଅନ୍ତି । ମଧୁବନ ଗାଁର ସମସ୍ତେ ତାର ଘର କାର୍ଯ୍ୟରେ ଲାଗି ପଡନ୍ତି ଓ ଦୁଇଦିନ ମଧ୍ୟରେ ଘର ତିଆରି ହୋଇଯାଏ ।
ସଂଧ୍ୟା ପ୍ରାୟ ୬ ଟା ସମୟରେ ଗାଁରେ ଗୋଟିଏ ବୈଠକ ହୁଏ ଏବଂ ସେ ବୈଠକରେ ମୁଖିଆ ନିଷ୍ପତି ନିଅନ୍ତି ଯେ “ଇଏ ଅବିବାହିତ” । ତେଣୁ ଗାଁର ସମସ୍ତେ ଜଣ ଜଣ କରି ଦି ଦ୍ବିପହର ଖାଇବାକୁ ଦିଆଯିବ । ଏଥିରେ ସେ ଶୁଣି ଭାରି ଖୁସି ହୋଇଯାଏ । ସମସ୍ତେ ଜଣଜଣ କରି ଖାଇବାକୁ ଦିଅନ୍ତି । ଏମିତି କିଛି ଦିନ ପରେ ସମସ୍ତଙ୍କ ସହ ନିବିଡ ସଂପର୍କ ବଢିଯାଏ । ସମସ୍ତେ ତାକୁ ବିଶ୍ବାସ କରିବାକୁ ଲାଗିଲେ । ପ୍ରତିଦିନ ସଂଧ୍ୟା ୭ଟା ରେ ଖାଇ ସାରିବା ପରେ ଗାଁର ମୁଖିଆଙ୍କ ଘର ଆଗରେ ବସି ଭଲମନ୍ଦ ଦୁଃଖସୁଖ ସଂପର୍କରେ ଆଲୋଚନା କରି ସମସ୍ତେ ଯା ଘରକୁ ସେ ଶୋଇଯିବାର ବିଧି କାହିଁ କେତେ କାଳ ତାଙ୍କ ପୂର୍ବପୁରୁଷାଙ୍କ ଠାରୁ ଚଲି ଆସୁଛି । ଏହା ତାଙ୍କର ପାରମ୍ପରିକ ରୀତି ।
ସେ ଦିନ ସେ ତାର ମନ୍ଦବୁଦ୍ଧି ପ୍ରୟୋଗ କରିଥିଲା ଏବଂ ସଫଳ ମଧ୍ୟ ହୋଇଥିଲା । ସରକାର ଋଣ ଆକାରରେ ଟଙ୍କା ଦେବ,ଘର ମଧ୍ୟ ଯୋଗାଇ ଦେବ ବୋଲି କହି ସମସ୍ତଙ୍କ ଠାରୁ ଜମିପଟ୍ଟା ନେଇ ଗୋଟିଏ ସାଧା କାଗଜ ଉପରେ ସମସ୍ତଙ୍କର ଦସ୍ତଖତ ନେଇଥିଲା । ସରଳ ନୀରିହ ଆଦିବାସୀ ସେମାନେ କିଛି ଜାଣନ୍ତି ନାହିଁ । ବିଶ୍ବାସରେ ଦସ୍ତଖତ କରି ଦିଅନ୍ତି । ଯେଉଁ ମହିଳା ସଂଧ୍ୟାବେଳେ ତାର ଘରକୁ ଖାଇବା ନେଇ ଯାଉଥିଲା ତା ସହ ଅସଦାଚରଣ କରିବାକୁ ଚେଷ୍ଟା କରୁଥିଲା । ଦିନକୁ ଦିନ ଏଭଲି ବଦଭ୍ୟାସ ବଢିବାକୁ ଲାଗିଲା ପରେ ଗାଁ ମୁଖିଆଙ୍କ କର୍ଣ୍ଣରେ ପଡିଲା ।
ଗାଁ ମୁଖିଆ ତାକୁ ଗାଁରୁ ବହିଷ୍କୃତ କରିବାକୁ ନିଷ୍ପତି ନେବା ଆଗରୁ ଗାଁ ମୁଖିଆଙ୍କୁ ନିର୍ମମ ଭାବରେ ହତ୍ୟା କରିଦିଏ ।ମଧୁବନ ଗାଁ ରୁ ଜାମୁବାହାଲ ପର୍ଯ୍ୟନ୍ତ ଶୋକର ବାର୍ତ୍ତା ଛୁଟେ । ସମସ୍ତଙ୍କ ଆଖିରୁ ଅଦିନିଆ ବର୍ଷା ପରି ଲୁହ ଝରୁଥାଏ । ମଧୁବନ ଗାଁର ସମସ୍ତ ଜଙ୍ଗଲ ଜମିକୁ କବଜା କରି ନିଏ । ତା ବରୋଧରେ ଯିଏ ଯାଉଥିଲା ତାକୁ ଜୀବନରୁ ମାରି ଦେଉଥିଲା ।
ଶେଷରେ ମଧୁବନ ଗାଁରୁ ଆଦିବାସୀ ମାନେ ବିସ୍ଥାପିତ ହେଲେ । କିଏ କେଉଁଆଡେ ପଲାୟନ କଲେ । କାହାର କିଛି ଠିକଣା ମିଲିଲା ନାହିଁ । ସେ ମଣିଷ ଖିଆ ବାଘ ମଧୁବନ ଗାଁକୁ ନିଜର ଗଡ କରି ଜଙ୍ଗଲର ଖଣିଜ ପଦାର୍ଥ,ଫଳ ମୂଲ ଓ ଜଙ୍ଗଲର ଜୀବ ଯନ୍ତୁକୁ ଶିକାର କରି ଅୟେସ ଆରାମ ଜୀବନ ବତାଉଛି ।
ଗ୍ରା/ପୋ-ଗମ୍ଭାରୀଗୁଡା,ଥାନା-କୋକସରା
କଳାହାଣ୍ଡି-୭୬୬୦୧୯
ମୋ: ୯୬୬୮୨୩୨୦୬୬