ଏଠି ବି ଜଣେ ମନ୍ତ୍ରୀ ଥିଲେ : ସ୍ୱର୍ଗତ କିରଣ ଚନ୍ଦ୍ର ସିଂହଦେଓ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଏକ ସୀମାନ୍ତବର୍ତ୍ତୀ ବ୍ଲକ। ଏହି ବ୍ଲକଟି ଅନେକ ବିକାଶର ଆବଶ୍ୟକତା ରଖେ। କିନ୍ତୁ ମୁରବୀ ଶୂନ୍ୟ ହେଲେ ପରିବାରଟି ଯେମିତି ଠିକ୍ ବାଟରେ ଆଗେଇ ପାରେନି, ସେମିତି ଗୋଟିଏ ଅଂଚଳ ନେତୃତ୍ୱ ଶୂନ୍ୟ ହେଲେ ବି ବିକାଶରେ ଟିକେ ଅବହେଳିତ ହୁଏ, ଏହା ସମସ୍ତେ ଜାଣନ୍ତି। ମ.ରାମପୁର ବ୍ଲକ୍ ତିନି ଦଶନ୍ଧି ହେଲା ବିଧାୟକଟିଏ ପାଇନାହିଁ। ଶେଷ ବିଧାୟକ ତଥା ମନ୍ତ୍ରୀ ଥିଲେ ସ୍ୱର୍ଗତ କିରଣ ଚନ୍ଦ୍ର ସିଂହଦେଓ। ନିଜେ ସେ ପୂର୍ତ୍ତ ବିଭାଗ ଗୃହ(ଜେଲ୍‌) ରାଷ୍ଟ୍ର ମନ୍ତ୍ରୀ ଥିବାବେଳେ ମ.ରାମପୁରରେ ପାନୀୟ ଜଳଯୋଗାଣ, ଜେଏମଏଫ ସି କୋର୍ଟ, ଟୁର୍ଚ୍ଚି ନଦୀ, ତୂୁଷରା, ମୋହନଗିରିରେ ସେତୁ ନିର୍ମାଣ ସହିତ ଯାତାୟତକୁ ସୁଗମ କରିବା ଭଳି ଅନେକ ପଦକ୍ଷେପ ନେଇଥିଲେ। ତାଙ୍କରି ସମୟରେ ବିକାଶ ପାଇଁ ସେ ଖୁବ୍ ତତ୍ପର ଥିଲେ।

ଏହି ଭଳି ଜଣେ ନେତୃତ୍ୱଙ୍କ ପିଲାଦିନ ସଂପର୍କରେ ଟିକେ ଜାଣିବା ଆବଶ୍ୟକ। ସ୍ୱର୍ଗତ ସିଂହଦେଓ ୧୯୩୦ ମାର୍ଚ୍ଚ ୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ପିଲାଟି ଦିନରୁ ସେ ସ୍ୱାଧୀନ ଚେତା ଥିଲେ ବୋଲି ଭବାନୀପାଟଣା ବିଏମ ହାଇସ୍କୁଲରେ ପଢିବାବେଳେ ସଂଗ୍ରାମରେ ଯୋଗଦେଇଥିଲେ, ଫଳସ୍ପରୂପ ତାଙ୍କୁ ତତ୍କାଳୀନ କଳାହାଣ୍ଡି ମହାରାଜ ହାଇସ୍କୁଲରୁ ବହିଷ୍କାର କରିଥିଲେ ନବମ ଶ୍ରେଣୀରେ ପଢିବା ବେଳେ। ପରେ ସେ ବଲାଙ୍ଗିର ପୃଥିୀରାଜ ହାଇସ୍କୁଲରେ ନବମ ଓ ଦଶମ ଶ୍ରେଣୀ ପାଶ୍ କରିଥିଲେ। ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇ ସେ ରାଜନୀତିରେ ଯୋଗଦାନ ପୂର୍ବକ ୧୯୯୦ ମସିହାରେ କେସିଙ୍ଗା ନିର୍ବାଚନ ମଣ୍ଡଳୀର ବିଧାୟକ ନିର୍ବାଚିତ ହେଲେ।

ବିଜୁବାବୁଙ୍କ ମନ୍ତ୍ରୀମଣ୍ଡଳରେ ପୂର୍ତ୍ତ ବିଭାଗ, ଗୃହ(ଜେଲ୍‌) ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ସୂଚାରୁ ରୂପେ ସଂପାଦନ କରିଥିଲେ କିରଣ ଚନ୍ଦ୍ର ସିଂହଦେଓ। ତିରିଶ ବର୍ଷ ତଳେ ମ.ରାମପୁର ପାଇଁ ତାଙ୍କରି ନେତୃତ୍ୱ ଅନେକ କିଛି ଦେଇଛି। ସେ ନିଜେ ଜଣେ ଉତ୍ତମ ସଂଗଠକ, କ୍ରୀଡ଼ାବିତ୍‌, କ୍ରୀଡ଼ା ସଂଗଠକ ଭାବରେ ରାଜ୍ୟରେ ସୁପରିଚିତ ଥିଲେ। ଏହିଭଳି ଜଣେ ନେତୃତ୍ୱଙ୍କର ୨୦୧୧ ମସିହା ଡ଼ିସେମ୍ବର ୩ ତାରିଖରେ ପରଲୋକ ହୋଇଥିଲେ। ସର୍ବଦା ସମୟାନବର୍ତ୍ତୀ ରହି ଭାବେ ସେ ଅନ୍ୟମାନଙ୍କ ପାଇଁ କାମ କରି ଆସୁଥିଲେ, ତେଣୁ ସମସ୍ତେ କୁହାକୁହି ହେଉଛନ୍ତି :- ଏଠି ବି ଜଣେ ମନ୍ତ୍ରୀ ଥିଲେ: ସ୍ୱର୍ଗତ କିରଣ ଚନ୍ଦ୍ର ସିଂହଦେଓ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.