ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ହରିହର ସାଗର ବଂଚାଅ ସଂଗ୍ରାମ ସମିତି ର ବିଶାଳ ଜନ ଆନ୍ଦୋଳନ ଓ ବିକ୍ଷୋଭ ମଇ ୬ ତାରିଖରେ ହେବାନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ସ୍ଥାନୀୟ ବସଷ୍ଟାଣ୍ଡ ପରିସରରେ ପ୍ରଥମେ ଜନ ଆନ୍ଦୋଳନ ପାଇଁ ଜନ ସମାବେଶ ଅନୁଷ୍ଠିତ ହେବ ଓ ପରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସମିତି ପକ୍ଷରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି । ।ଏହି ଆନ୍ଦୋଳନର ନେତୃତ୍ୱ ପ୍ରଶାନ୍ତ ସାମନ୍ତରା, ରଶ୍ମି ରଂଜନ ପ୍ରହରାଜ, ସତ୍ୟ ନାରାୟଣ ସାହୁ, ଚମରା ବଗର୍ତ୍ତୀ, ଚିରାଗ ସିଂହଦେଓ, ପ୍ରଦୀପ ସିଂ, ପପୁ ଅଗ୍ରୱାଲ ପ୍ରମୁଖ ନେଉଛନ୍ତି । କଳହାଣ୍ଡି ଜିଲ୍ଲାର ଅନ୍ୟତମ ଐତିହାସିକ ଜଳାଶୟ ହରିହର ସାଗର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଶହେ ଏକର ବିଶିଷ୍ଠ ଏହି ସାଗରକୁ ତତ୍କାଳୀନ ମହାରାଜ ହରିହର ସିଂହଦେଓ ଆଜକୁ ପ୍ରାୟ ଏକ ଶହ ବର୍ଷ ପୁର୍ବେ ଅଂଚଳବାସୀଙ୍କ ବ୍ୟବହାର ପାଇଁ ଖନନ କରିଥିଲେ । ମ.ରାମପୁର ସହରର ମୁଖ୍ୟ ଆକର୍ଷଣ ହେଉଛି ଏହି ହରିହର ସାଗର । ଏକଦା ପ୍ରାୟ ତିନି ଦଶନ୍ଧି ପୂର୍ବ ସମୟ ଯାଏଁ ମ.ରାମପୁରର ଜନସାଧାରଣ କେବଳ ଏହି ସାଗରରେ ସ୍ନାନ ନୁହେଁ ଏହି ସାଗରର ପାଣିକୁ ରୋଷେଇ,ପିଇବା ଆଦି ପାଇଁ ବ୍ୟବହାର କରୁଥିଲେ । କିନ୍ତୁ ଗତ ପ୍ରାୟ କୋଡ଼ିଏ ବର୍ଷ ହେଲା ଏହି ସାଗର କ୍ରମଶଃ ସହରର ବିଭିନ୍ନ ହୋଟେଲର ମଇଳା ପାଣି,ସାଗର ଉପକଣ୍ଠସ୍ଥ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ପାଇଖାନା ପାଣି ଉକ୍ତ ସାଗରର ନିଷ୍କାସନ କରିବା ଭଳି ଦୁଷ୍କର୍ମରେ ଲିପ୍ତ ରହି ଏହି ଭଳି ଏକ ସାଗରକୁ ଆବର୍ଜନା କୁଣ୍ଡରେ ପରିଣତ କରିସାରିଲେଣି । ପିଇବା ତ ଦୂରର କଥା,ଏବେ ଏହି ସାଗରର ଜଳ ସ୍ନାନ ଉପଯୋଗୀ ମଧ୍ୟ ହୋଇ ପାରୁନାହିଁ । କେବଳ ପିଇବଳ,ଗାଧେଇବା ବ୍ୟତୀତ ଏହି ସାଗରକୁ କିଛି ବର୍ଷ ଆଗରୁ ବିଭିନ୍ନ ଅଂଚଳରୁ ହଜାର ହଜାର ଜାତି ଜାତିର ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳୁଥିଲା,ଯାହା ଏବେ ଖୁବ୍ କମିଯାଇଛି । ଜାତି ଜାତି ପକ୍ଷୀଙ୍କ କଳରବରେ ଏହି ସାଗର ପ୍ରକୃତିପ୍ରେମୀଙ୍କ ମନରେ ଦଉଥିଲା ଅଫୁରନ୍ତ ଆନନ୍ଦ । ମତ୍ସ୍ୟ ଚାଷ ମଧ୍ୟ ଏହି ସାଗରର ଆଉ ଏକ ବୈଶିଷ୍ଟ୍ୟ । ଅନେକ ପରିବାର ଏହି ସାଗରରେ ମାଛ ଚାଷ,ମାଛ ମାରି ନିଜର ଜୀବିକା ନିର୍ବାହ କରନ୍ତି । ଆଉ ଏକ ପରିତାପର ବିଷୟ ହେଲା,ଏକ ଅଜଣା ଦଳରେ ଭତ୍ତି ହେଇଛି ଏହି ସାଗର ଯାହା କି ଏକ ପଡ଼ିଆର ଭ୍ରମ ସୃଷ୍ଟି କରିିବା ସହିତ ପାଣି ଭିତରକୁ ଗାଧେଇ ଯିବାକୁ ଲୋକେ ଭୟ କରୁଛନ୍ତି ଏବଂ ହଜାର ହଜାର ପ୍ରାଣୀ ସମ୍ପଦ ଏହି ଜଳାଶୟର ପଶେି ମଧ୍ୟ ପିଇବାକୁ ଯାଉନାହାନ୍ତି । କିନ୍ତୁ ଏହି ଭଳି ଏକ ସାଗରର ଦୁରବସ୍ଥା ଏବେ ଆମ ସମସ୍ତଙ୍କୁ ବ୍ୟଥିତ କରୁଥିବା ପ୍ରକାଶ କରିଛନ୍ତି ସଂଗ୍ରାମ ସମିତିର ସଦସ୍ୟମାନେ । ତେବେ ଏଥିପୂବରୁ ବିଭିନ୍ନ ସମୟରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନଥିବାରୁ ହରିହର ସାଗରକୁ ବ୍ୟବହାର କରୁଥିବା ତଳସାଗରପଡ଼ା, ଶୁଣ୍ଢିପଡ଼ା, ପାଇକପଡ଼ା, ଗୌଡ଼ପଡ଼ା, ମ.ରାମପୁର ସହରବାସୀ ଏହି ଆନ୍ଦୋଳନକୁ ଓହ୍ଲାଉଥିବା ଜଣାପଡ଼ିଛି





