ମୁରିବାହାଲ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଶୋଷଣ!

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ସରକାରୀ ସ୍କୁଲରେ ମାଗଣା ଶିକ୍ଷା ଦେବାର ବ୍ୟବସ୍ଥା ଥିବାବେଳେ ବଲାଙ୍ଗୀର ଜ଼ିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ସ୍ଥିତ ମୁରିବାହାଲ ପଞ୍ଚାୟତି ହାଇସ୍କୁଲରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଦୁର୍ନୀତିଗ୍ରସ୍ତ ଚିତ୍ର ସାମ୍ନାକୁ ଆସିଛି। ସ୍କୁଲର ଅସହାୟ ଗରିବ ଛାତ୍ରଛାତ୍ରୀଙ୍କ ଠାରୁ ନାମଲେଖା ନାମରେ ଜୋର ଜବରଦସ୍ତି ଅର୍ଥ ଆଦାୟ କରାଯାଉଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ,ସ୍କୁଲର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ନାଗ ନିଜ ମନଇଚ୍ଛା ଏକ ଦର ତାଲିକା ପ୍ରସ୍ତୁତ କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଠାରୁ ୨୦୦ ଟଙ୍କା ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ ଓ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଠାରୁ ୪୦୦ ଟଙ୍କା ଲେଖାଏଁ ପ୍ରବେଶିକା ଫିଜ୍ ଆଦାୟ କରାଯାଉଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ସରକାରୀ ନିୟମ ଅନୁସାରେ ନାମଲେଖା ସମ୍ପୂର୍ଣ୍ଣ ମାଗଣା ଥିବା ବେଳେ ଏହି ଅର୍ଥ କେଉଁ ଉଦ୍ଦେଶ୍ୟରେ ନିଆଯାଉଛି ସେ ନେଇ କୌଣସି ସ୍ପଷ୍ଟ କାରଣ ଦର୍ଶାଯାଉନାହିଁ। ଏପରିକି ଟଙ୍କା ନେବା ପରେ ଛାତ୍ରଛାତ୍ରୀଙ୍କୁ କୌଣସି ବୈଧ ରସିଦ ମଧ୍ୟ ପ୍ରଦାନ କରାଯାଉ ନାହିଁ। ବିଶେଷ କରି ସରକାରଙ୍କ ତରଫରୁ ସମସ୍ତ ସୁବିଧା ପାଇବାକୁ ହକଦାର ଥିବା ଗରିବ ଶ୍ରେଣୀର ପିଲାମାନଙ୍କୁ ଏଭଳି ଭାବେ ଶୋଷଣ କରାଯିବା ଦ୍ୱାରା ଅଭିଭାବକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସ୍କୁଲର ପ୍ରଧାନଶିକ୍ଷକ ହେମନ୍ତ କୁମାର ନାଗଙ୍କୁ ପଚାରିବାରୁ ସେ ଅର୍ଥ ଆଦାୟ ହେଉଥିବା କଥାକୁ ସ୍ୱୀକାର କରିଛନ୍ତି। ତେବେ ଏହି ବେଆଇନ ଆଦାୟର କାରଣ କିମ୍ବା ରସିଦ ପ୍ରଦାନ ନ କରିବା ନେଇ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି। ତେବେ ମୁରିବାହାଲ ସଦର ମହକୂମା ରେ ଯଦି ପିଳାମାନଙ୍କ ଠାରୁ ନାମ ଲେଖା ଫିଜ୍ ନେଉଥିବା ବେଳେ ଗଣମାଧ୍ୟମ ପତ୍ର ପତ୍ରିକାରେ ପ୍ରକାଶ ପାଇଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏ ବିଷୟରେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶାନ୍ତନୁ କୁମାର ପଡିହାରି ଙ୍କୁ ପଚାରିବାରୁ ସେ କହିଲେ ଯେ ଗଣେଶ ପୂଜା, ସରସ୍ବତୀ ପୂଜା ଓ ବିଭିନ୍ନ କାର୍ଯ୍ୟକ୍ରମ, ବାର୍ଷିକ ମହୋତ୍ସବ ପାଇଁଁ ଚାନ୍ଦା ନିଆଯାଇଉଛି ବୋଲି ତାଙ୍କ ର ପ୍ରତିକ୍ରିୟାରେ ମତ ରଖିଥିଲେ।ଏଥୁରୁ ସ୍ପଷ୍ଟ ଭାବରେ ଜଣାପଡ଼ୁଛି ଯେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଛତ୍ରଛାୟାରେ ଚାଲିଛି।ନିରିହ ଅନୁସୂଚୀତ ଜାତି, ଅନୁସୂଚୀତ ଜନ ଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଙ୍କ ଠାରୁ ନାମ ଲେଖା ଫିଜ୍ ନାରେ ଶୋଷଣ କରାଯାଉଥିବା ସ୍ପଷ୍ଟ ଜଣାପଡ଼ୁଛି। ସରକାର ସ୍ୱଚ୍ଛ ଶିକ୍ଷାର ଡ଼ିମିଡ଼ିମି ପିଟୁଥିବା ବେଳେ ମୁରିବାହାଲ ପଞ୍ଚାୟତ ହାଇସ୍କୁଲର ଏହି କାର୍ଯ୍ୟକଳାପ ତୃଣମୂଳ ସ୍ତରର ଅସଲ ମୁଖା ଖୋଲି ଦେଇଛି। ଜଣେ ସରକାରୀ ପ୍ରଧାନଶିକ୍ଷକ କିଭଳି ଭାବେ ନିୟମ ବାହାରକୁ ଯାଇ ଏଭଳି ଅର୍ଥ ଆଦାୟ କରୁଛନ୍ତି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତାହା ପୁଣି ସଦର ମହକୂମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଲି ଅର୍ଥ ଖୁଳମ ଖୁଲା ଚାନ୍ଦା ଆଦାୟ କରୁଥିବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ସ୍ଥାନୀୟ ଅଭିଭାବକମାନେ ଏହି ବେଆଇନ ଅର୍ଥ ଆଦାୟ ଉପରେ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.