ଶୁଭଦର୍ଶିନୀ ପୁଝାରୀ ହେଲେ ସୁବର୍ଣ୍ଣପୁର ଜିଲ୍ଲା ମାଟ୍ରିକ ଟପର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସାହାରା ଟ୍ରଷ୍ଟ ଆବାସିକ ହାଇସ୍କୁଲର ଛାତ୍ରୀ ଶୁଭଦର୍ଶିନୀ ପୂଝାରୀ ଜିଲ୍ଲାରେ ସର୍ବାଧ‌ିକ ୫୬୯ ନମ୍ବର ରଖିବା ସହ ଜିଲା ମାଟ୍ରିକ ଟପ୍ପର ହୋଇଛନ୍ତି । ଶୁଭଦର୍ଶିନୀଙ୍କ ଘର ଜିଲ୍ଳାର ଉଲୁଣ୍ଡା ବ୍ଲକ ହିକୁଡି ପାଖ ନୂଆଗାଁ । ଏହି ଖବର ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳ ରେ ଖୁସି ର ଲହରୀ ଖେଳିଯାଇଛି । ବାପା ସନତ ପୁଝାରୀ ଓ ମାତା ସସ୍ମିତା ପୂଝାରୀଙ୍କ ଝିଅ ଅଟନ୍ତି ଶୁଭଦର୍ଶିନୀ । ବାପା ସୋନପୁର ଠାରେ ଏକ ବେସରକାରୀ କମ୍ପାନୀରେ କାମ କରୁଥିବା ବେଳେ ମା ଜଣେ ଗୃହିଣୀ । ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଶୁଭଦର୍ଶିନୀ ବିନା କୋଚିଂ ରେ ଏହି ସଫଳତା ହାସଲ କରିଛନ୍ତି । ସେ ସ୍କୁଲ୍ ପଢା ବାହାରେ ଘରେ ଦୈନିକ ୬ ରୁ ୮ ଘଣ୍ଟା ଘରେ ପରିଶ୍ରମ କରି ଏହି ସଫଳତା ଆଣିଛନ୍ତି । ସେ ଭବିଷ୍ୟତ ରେ ଜଣେ ଡ଼ାକ୍ତର ହୋଇ ସେବା ପ୍ରଦାନ କରିବା ଦିଗରେ ଆଗଭର ହେବା ନେ଼ଇ ସୂଚନା ଦେଇଛନ୍ତି । ଏହା ଜଣାପଡ଼ିବା ପରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଙ୍କ ସହ ବିଭିନ୍ନ ମହଲ ରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ଷଷ୍ଠ ଶ୍ରେଣୀରୁ ସାହାରା ଟ୍ରଷ୍ଟ ହାଇସ୍କୁଲରେ ସେ ପାଠ ପଢୁଥିଲା ବେଳେ ଏହି ସଫଳତାର ଶ୍ରେୟ ମା, ବାପା, ଗୁରୁଜନ ଓ ସାହାରା ଟ୍ରଷ୍ଟ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.