ପ୍ରଧାନମନ୍ତ୍ରୀ ଆବାସ କରାଇଦେବା ପାଇଁ ଏଡିଇଓ ନେଉଥିଲେ ଲାଞ୍ଚ: ବ୍ଲକ ସମ୍ମୁଖରେ ମାଡି ବସିଲା ଭିଜିଲାନ୍ସ ବିଭାଗ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଆଟି ଗାଁରେ ଲାଞ୍ଚ ନେବା ଘଟଣାରେ ଏକ ସରକାରୀ କର୍ମଚାରୀଙ୍କୁ ଭିଜିଲାନ୍ସ ବିଭାଗ ଧରିବାରେ ସଫଳ ହୋଇଛି। ସୂଚନା ଅନୁସାରେ, ଆଟି ଗାଁର ଶ୍ରୀବତ୍ସ ଭୋଇଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଞ୍ଜୁର କରାଇଦେବା ପାଇଁ ଆଟି ଗାଁ ପଞ୍ଚାୟତର ଏଡିଇଓ ଦେବେନ୍ଦ୍ର ସାହୁ ୬୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଅଭିଯୋଗ ପରେ ନୂଆପଡ଼ା ଓ କଳାହାଣ୍ଡି ଭିଜିଲାନ୍ସ ବିଭାଗ ପୂର୍ବରୁ ଯୋଜନା କରି ଚଢ଼ାଉ କରିଥିଲେ। ଆଜି ବ୍ଲକ ସମ୍ମୁଖରେ ଶ୍ରୀବତ୍ସ ଭୋଇଙ୍କଠାରୁ ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଏଡିଇଓ ଦେବେନ୍ଦ୍ର ସାହୁଙ୍କୁ ରଙ୍ଗବୋଲା ଟଙ୍କା ସହିତ ଧରାଯାଇଥିଲା। ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ କରି ଭବାନୀପାଟଣା ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ସରକାରୀ ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.