ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁଙ୍କ ଓଡିଶା ସଂସ୍କୃତି ଉପରେ ବାଲୁକା କଳା ପ୍ରଦର୍ଶନ
କର୍ଲାମୁଣ୍ଡା,୯/୧୨:
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଗ୍ରାମ ପଞ୍ଚାୟତ ଡଙ୍ଗରମୁଣ୍ଡା ଗ୍ରାମର ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଚନ୍ଦ୍ରଭାଗା ବେଳାଭୂମୀରେ ଆୟୋଜିତ ହୋଇଥିବା ଆନ୍ତଜାତିକ ବାଲୁକା କଳା ମହୋତ୍ସବରେ ଭାଗନେଇ ନିଜର ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ଏହି ମହୋତ୍ସବରେ ଦେଶ ତଥା ବିଦେଶ ରୁ ଏକ ଶହ ଶିଳ୍ପୀ ଭାଗ ନେଇଥିଲେ । ସେଥିରୁ ଓମ ପ୍ରକାଶଙ୍କ ବାଲୁକା କଳା ବେଶ ଆକର୍ଷଣ ହୋଇଥିଲା ଓ ଦର୍ଶକ ମାନେ ଏହି ବାଲୁକା କଳାର ଉଚ୍ଚ ପ୍ରଶଂସା କରିଥିଲେ ।
କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।