ଜାମିଲିସର ଗାଁରେ ଭାଗବତ ବ୍ରହ୍ମ ଯଜ୍ଞ

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ଜାମିଲିସର ଗାଁର ମନମୋହିନିଆ ଉଦାସ ସେବା ସଙ୍ଘ ପରିସରରେ ଆଞ୍ଚଳିକ ଗ୍ରାମବାସୀଙ୍କ ଆନୁକୂଲ୍ୟରେ ଭାଗବତ ବ୍ରହ୍ମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି | ବ୍ରାହ୍ମଚାରୀ ଉଦାସ ଗୌତମ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଯଜ୍ଞ କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସମବେତ ହୋଇ ବିଭୂ କୃପା ଲାଭ କରିଥିଲେ | ଏହି ଅବସରରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା | ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.