ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଶନିବାର ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଏଥିରେ କର୍ଲାମୁଣ୍ଡା ବ୍ଲକ ତେରେଶିଙ୍ଗା ନୋଡାଲ ହାଇସ୍କୁଲର ଛାତ୍ରୀ ‘ଲିଲି ଗହୀର’ ଓ କର୍ଲାମୁଣ୍ଡା ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ ଛାତ୍ର ‘କପିଳେଶ୍ୱର ବଗର୍ତ୍ତୀ’ ଯୁଗ୍ମ ଭାବେ ବ୍ଲକ ଟପର୍ ହୋଇଛନ୍ତି। ଉଭୟେ ୫୪୦ ମାର୍କ ଅର୍ଥାତ୍ ୯୦ପ୍ରତିଶତ (ଏ ୧) ନମ୍ବର ରଖଛନ୍ତି, ଉଭୟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ତେବେ ଦୁଇ ଜଣ ଯାଦବ ବଂଶଜ ପୁଅ, ଝିଅ ଏ ୱାନ ଗ୍ରେଡ଼ ସହ ବ୍ଲକ ଟପର ହୋଇଥିବାରୁ କର୍ଲାମୁଣ୍ଡା ବ୍ଲକ ଯାଦବ ସମିତି ସଭାପତି ଗରୁଡଧ୍ଵଜ ଗହୀର, ସାଧାରଣ ସମ୍ପାଦକ ନରୋତ୍ତମ ସେଲମା ଓ ସମସ୍ତ କର୍ମକର୍ତା ଉଭୟଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏଠାର ସୂଚନା ଯୋଗ୍ୟ ଯେ, ବ୍ଲକରେ ସର୍ବ ମୋଟ୍ ୮୨୬ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୮୦୧ ଜଣ ଛାତ୍ରୀ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା ସୂଚନା ଦେଇଛନ୍ତି।





