ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (କୁମୁଦ ଚନ୍ଦ୍ର ବେହେରା): ଗ୍ରୀଷ୍ମର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ପଶୁପକ୍ଷୀଙ୍କ ତୃଷ୍ଣା ମେଣ୍ଟାଇବା ଆଗଭର ହୋଇଛନ୍ତି ପ୍ରକୃତିପ୍ରେମୀ ତଥା ଏ.କରଡାବାଡି ସରପଞ୍ଚ ରିଙ୍କି ଦାସ। ନିଜର ତୃଷ୍ଣା ମେଣ୍ଟାଇବା ପାଇଁ କଥା କହିପାରୁନଥିବା ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ସିମେଣ୍ଟ କୁଣ୍ଡରେ ପାଣି ରଖୁବା ସହ ବିଭିନ୍ନ ଗଛରେ ଜିଆଇ ତାରରେ ସିମେଣ୍ଟ କୁଣ୍ଡକୁ ଝୁଲାବନ୍ଧା କରି ସେଥ୍ରେ ପାଣିରଖ୍ ପକ୍ଷୀମାନଙ୍କ ତୃଷ୍ଣା ନିବାରଣ ପାଇଁ ଉଦ୍ୟମ କରାଯାଇଛି। ସରପଞ୍ଚ ରିଙ୍କି ଦାସଙ୍କ ନେତୃତ୍ବରେ ଏ.କରଡାବାଡି ଗ୍ରାମ ପଞ୍ଚାୟତ ଓ ପ୍ରକୃତିପ୍ରେମୀ ନାଗରିକ ବୃନ୍ଦଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ପଶୁପକ୍ଷୀଙ୍କ ପାଇଁ ଜଳ ସେବା କେନ୍ଦ୍ର ଖୋଲାଯାଇ ସେମାନଙ୍କ ତୃଷ୍ଣା ମେଣ୍ଟାଇବାକୁ ଏକ ଅଭିନବ ପ୍ରୟାସ କରାଯାଇ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି। ଏହି ମହତ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।





