ନର୍ଲା ଡିଗ୍ରୀ କଲେଜର ଅଧ୍ୟକ୍ଷ ଦାୟୀତ୍ୱ ଗ୍ରହଣ କଲେ ଓଡିଆ ଅଧ୍ୟାପକ ସୁଶାନ୍ତ ସାହୁ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡିଗ୍ରୀ କଲେଜର ଅଧ୍ୟକ୍ଷ ନାରାୟଣ ନାଏକ ଗତ ମୟୀ ମାସ ୩୦ ରେ ଅବସର ଗ୍ରହଣ କଲେ। ଜଣେ ଛାତ୍ର ବତ୍ସଳ, ସମୟନୁବର୍ତ୍ତି ଓ ମିଷ୍ଟଭାଷୀ ଅଧ୍ୟକ୍ଷ ଭାବରେ ସମସ୍ତଙ୍କ ନିକଟରେ ପ୍ରିୟପାତ୍ର ସାଜିଥିଲେ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ନାଏକ। ତାଙ୍କୁ ଗତ ୩୦ ରେ କଲେଜ ପରିସରରେ ଏକ ବିଦାୟୀ କାଳୀନ ସମ୍ୱର୍ଦ୍ଧନା ସଭା କରାଯାଇ ବିଦାୟ ଦିଆଯାଇଥିଲା। ନର୍ଲା ଡିଗ୍ରୀ କଲେଜର ସିନିଅର ଷ୍ଟାଫ ଭାବରେ ଆଜି ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ଭାବରେ ଦାଇତ୍ଵଭାର ଗ୍ରହଣ କରିଛନ୍ତି କଲେଜର ଓଡିଆ ଅଧ୍ୟାପକ ସୁଶାନ୍ତ ସାହୁ। ଆଗାମୀ ଦିନରେ ସରକାରଙ୍କ ତରଫରୁ ନର୍ଲା ଡିଗ୍ରୀ କଲେଜର ଅଧ୍ୟକ୍ଷ ଭାବରେ କେହି ଆସି ପାରନ୍ତି। ହେଲେ କଲେଜ ର ସୁପରିଚାଳନା ଦୃଷ୍ଟିରୁ କଲେଜର ଚେୟାରମେନ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ସିନିଅର ଅଧ୍ୟାପକ ସୁଶାନ୍ତ ସାହୁ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ପୂର୍ବତ୍ତନ ଅଧ୍ୟକ୍ଷ ଶ୍ରୀ ନାଏକ କଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ନର୍ଲା ଡିଗ୍ରୀ କଲେଜର ଅଧ୍ୟକ୍ଷ ଦାୟୀତ୍ୱ ଭାର ଗ୍ରହଣ କରିଛନ୍ତି। ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ସେ ଦାୟୀତ୍ୱ ଭାର ଗ୍ରହଣ କରିବା ପରେ ନିଜେ ପୂର୍ବତ୍ତନ ଅଧ୍ୟକ୍ଷ ଶ୍ରୀ ନାଏକ, କଲେଜର ସହକର୍ମୀ ଅଧ୍ୟାପକ ରମେଶ ଚନ୍ଦ୍ର ଘଡେଇ, ମୃତ୍ୟୁଞ୍ଜୟ ଚାନ୍ଦ, ଅଧ୍ୟାପିକା ବାସନ୍ତୀ ସାହୁ, ସଙ୍ଘମିତ୍ରା ପଣ୍ଡା, ପିଇଟି କ୍ଷୀତିଶ ଚନ୍ଦ୍ର ବଗର୍ତ୍ତି,କର୍ମଚାରୀ ସନ୍ତୋଷ ନାଏକ, କିଶୋର ଚାନ୍ଦଙ୍କ ସମେତ ସମସ୍ତ କର୍ମଚାରୀ ଓ ଯୁକ୍ତ ଦୁଇ କଲେଜ ର ପି ଇ ଟି ସୁମନ୍ତ ପୁଝାରୀ ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ। ପୂର୍ବତନ ଅଧ୍ୟକ୍ଷ ଶ୍ରୀ ନାଏକ ସାର ନିଜର ବିଚକ୍ଷଣ ବୃଦ୍ଧି, ମିଷ୍ଟ ଭାସିତା, ସ୍ନେହୀ ଗୁଣ ଓ ଦିର୍ଘ ବର୍ଷର ଅନୁଭବ ଯୋଗୁଁ ଛାତ୍ର ଛାତ୍ରୀ ସମେତ ସମସ୍ତ ଷ୍ଟାଫ ଙ୍କୁ ଗୋଟିଏ ସୁତ୍ରରେ ବାନ୍ଧି ରଖି ଶୃଙ୍ଖଳାର ସହିତ କଲେଜ ପରିଚାଳନା କରି ଆସୁଥିଲେ। ନୂଆ ଅଧ୍ୟକ୍ଷ ଶ୍ରୀ ସାହୁ ଆଜ୍ଞା ମଧ୍ୟ ତାଙ୍କ ଦୀର୍ଘ ବର୍ଷ ର ଅନୁଭବତା ଓ ସ୍ନେହି ସ୍ଵଭାବ ଯୋଗୁଁ ନାଏକ ଆଜ୍ଞାଙ୍କ ଅନୁପସ୍ଥିତିକୁ ପୁରଣ କରିବା ଭଳି ଜଣେ ସୁଯୋଗ୍ୟ ବ୍ୟକ୍ତିତ୍ୱ ବୋଲି ଅଧ୍ୟାପକ ମୃତ୍ୟୁଞ୍ଜୟ ଚାନ୍ଦ, ରମେଶ ଚନ୍ଦ୍ର ଘଡେଇ, ଅଧ୍ୟାପିକା ବାସନ୍ତୀ ସାହୁ, ସଂଘମିତ୍ରା ପଣ୍ଡା ପ୍ରମୁଖ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏଵଂ ଆଗମୀ ଦିନରେ ଡିଗ୍ରୀ କଲେଜ ବେଶ ଶୃଙ୍ଖଳିତ ଭାବରେ ଚାଲିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.