ବ୍ୟବସାୟୀଙ୍କ ନିମନ୍ତେ ଜିଲ୍ଳାପାଳ ଓ ଏସ.ପି.ଙ୍କ ନିର୍ଦ୍ଦେଶ : ସାମାଜିକ ଦୂରତା ନିୟମ ଖିଲାପକଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ରାୟଗଡ,୭/୪ : କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବାର ଗୋଟିଏ ବଡ ଅସ୍ତ୍ର ହେଉଛି ମଣିଷ ଠାରୁ ମଣିଷ ମଧ୍ୟରେ ଦୂରତା ୧ମିଟର ତଥା ତଦୁର୍ଦ୍ଧ ରହିବା ଆବଶ୍ୟକ । ଅର୍ଥାତ ସାମାଜିକ ଦୂରତାକୁ ବଜାୟ ରଖିବା । ତେବେ ଅତ୍ୟାବଶକୀୟ ସାମଗ୍ରୀ ଯଥା ପରିବା, ମାଛ, ମାଂସ, ଗ୍ରୋସେରୀ ଦୋକାନଗୁଡିକରେ ଗ୍ରାହକମାନେ ସାମଗ୍ରୀ କ୍ରୟ କରୁଥିବା ବେଳେ ବ୍ୟବସାୟୀମାନେ ଏଥିପ୍ରତି ଗୁରୁତ୍ୱ ଦେଉ ନଥିବାରୁ ଗ୍ରାହକମାନେ ସାମାଜିକ ଦୂରତା ନିୟମ ଭୁଲି ସଂକ୍ରମଣର ସଙ୍କଟରେ ପଡିବାର ବହୁ ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଳାର ସମଗ୍ର ବ୍ୟବସାୟୀ ପ୍ରତିଷ୍ଠାନ, ଦୋକାନୀ, ଉଠା ଦୋକନୀ ଏବଂ ବିଭିନ୍ନ ମାର୍କେଟ ର କର୍ମକର୍ତ୍ତା ବଣିକ ସଂଘ, ଚେମ୍ବର ଅଫ୍ କମର୍ସ, ରାୟଗଡ, ଗୁଣପୁର ଓ ସମସ୍ତ ବ୍ଳକଗୁଡିକର ବ୍ୟବସାୟୀମାନଙ୍କୁ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଓ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡାକ୍ତର ଶର୍ବଣା ବିବେକ ଏମ.ସାମାଜିକ ଦୂରତା ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଏ ନେଇ ରାୟଗଡ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୧୮୫/୨୦ ତା.୬/୪/୨୦ରେ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରାଯାଇଛି । ଏଥିରେ ଏପିଡେମିକ ଡିଜିସ୍ ଏକ୍ଟ,୧୮୯୭ ଓ ଓଡିଶା କୋଭିଡ-୧୦ ରେଗୁଲେସନ୍‌-୨୦୨୦ର ଆଇନନୁଯାୟୀ ଯଦି କୈାଣସି ଦୋକାନୀ, ବ୍ୟବସାୟୀ ଓ ସଂପୃକ୍ତ କର୍ମକର୍ତା କୈାଣସି ଦୋକାନ ଆଗରେ ଗ୍ରାହକମାନଙ୍କୁ କ୍ରୟ ବିକ୍ରୟ ସମୟରେ ସାମାଜିକ ଦୂରତ୍ୱ ଯାହାକି, ୧ମିଟରରୁ ଉର୍ଦ୍ଧ ଦୂରତା, ଗ୍ରାହକମାନଙ୍କ ଭିତରେ ବଜାୟ ରଖିବାରେ ଅସମର୍ଥ ହେଲେ ସଂପୃକ୍ତ ଦୋକାନକୁ ସଂପୂର୍ଣ୍ଣ ସିଲ କରିବା ସହ ତାଙ୍କର ଟ୍ରେଡିଂ ଲାଇସେନ୍ସ ବାତିଲ କରିବା ପାଇଁ ପଦକ୍ଷେପ ନିଆଯିବ । ଏଥିସହିତ ଉକ୍ତ ଦୋକାନୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଦାୟର କରାଯାଇ ତାଙ୍କ ବିରୁଦ୍ଧରେ ଉପଯୁ୍‌କ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ଯଦି ସଂପୂର୍ଣ୍ଣ ବଜାରରେ ମଧ୍ୟ ବ୍ୟବସାୟୀମାନେ ଏହି ସାମାଜିକ ଦୂରତ୍ୱ ବଜାୟ ରଖିବାରେ ଅବହେଳ କଲେ ସଂପୂର୍ଣ୍ଣ ବଜାର/ ହାଟକୁ ମଧ୍ୟ ସିଲ କରାଯିବା ସହ ନିୟମ ଖିଲାପ କଲେ ତଥା ବିଶୃଙ୍ଖଳା ସୃଷ୍ଟି କଲେ ଖୀଲାପକାରୀଙ୍କ ବିରୁଦ୍ଧରେ ଆଇନନୁଯାୟୀ ଆବଶ୍ୟକୀୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଳାପାଳ ଓ ଏସ.ପି.ନିର୍ଦ୍ଦେଶ ଜାରି କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like our Facebook page👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.